Wed. Feb 19th, 2020

ଓଡିଶାକୁ ପୁଣି ମିଳିଲା କୃଷି କର୍ମଣ ପୁରସ୍କାର

ଭୁବନେଶ୍ଵର : କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶାକୁ ପୁଣି କୃଷି କର୍ମଣ ପୁରସ୍କାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ତୁମକରରେ ଆୟୋଜିତ ଏକ କୃଷକ ସମ୍ମିଳନୀରେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

କୃଷି ତଥା କୃଷି ଉତ୍ପାଦନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବାକୁ ଓଡିଶାକୁ କେନ୍ଦ୍ର ସରକାର ଦ୍ୱିତୀୟ ଶ୍ରେଣୀ ରାଜ୍ୟ ଭାବେ ବାଛିଚନ୍ତି। ୨୦୧୬-୧୭ ବର୍ଷରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଖାଦ୍ୟଶସ୍ୟ ଉତ୍ପାଦନରେ ଅଗ୍ରଣୀ ଭୂମିକା ନେଇଛି। ତେଣୁ ମୋଦୀ ସରକାର ଏହି ପୁରସ୍କାର ପ୍ରଦାନ କରିଛନ୍ତି। କର୍ଣ୍ଣାଟକରେ ଆଜିର କାର୍ଯ୍ୟକ୍ରମରେ ମୋଦୀ ଅରୁଣ ସାହୁଙ୍କୁ ପ୍ରଶଂସା ପତ୍ର ପ୍ରଦାନ ସହ ୧କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଓଡିଶା ୪ ଥର ଏହି ପୁରସ୍କାର ହାସଲ କରିଛି।

Leave a Reply

Your email address will not be published. Required fields are marked *