Wed. Feb 19th, 2020

୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨୪ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ୨୪ଟି ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ସ୍ୱତନ୍ତ୍ର ବୁଲେଟିନ୍‌ରୁ ସୂଚନା ମିଳିଛି ଆସନ୍ତା କାଲି ଶୁକ୍ରବାର ସକାଳ ୮ଟା ସୁଦ୍ଧା ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, ସୋନପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର ବହୁ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ସହ କୁଆପଥର ବୃଷ୍ଟି ହେବ। ଏହି ସମୟ ମଧ୍ୟରେ ବରଗଡ଼, ସମ୍ବଲପୁର, ଢ଼େଙ୍କାନାଳ, ଭଦ୍ରକ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସହ ଠାଏ ଠାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୪ ତାରିଖ (ଶନିବାର) ସକାଳ ୮ଟା ମଧ୍ୟରେ ଉପକୂଳ ଓଡ଼ିଶାରୁ ଆରମ୍ଭ କରି ଉତ୍ତର ଆଭ୍ୟନ୍ତର ଓଡ଼ିଶାର କନ୍ଧମାଳ, ଗଜପତି, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, କଟକ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାର ବ୍ୟାପକ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ପଡ଼ିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *