Wed. Feb 19th, 2020

ଜେଲ ଗଲେ ଖଡିଆଳ ବ୍ଲକ ଅଧ୍ୟକ୍ଷ ଓ ପୁତରା

ଭୁବନେଶ୍ୱର : ଫରେଷ୍ଟରଙ୍କୁ ମାଡ ଓ ପୋଲିସକୁ ଗାଳିଗୁଳଜ କରିବା ଅଭିଯୋଗରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଓ ତାଙ୍କ ପୁତରା ପ୍ରଲେନ୍ଦୁକୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।
ମଙ୍ଗଳବାର ରାତିରେ ବଜାର ପଡାରେ ଧନୁଯାତ୍ରା ଚାଲିଥିବା ସମୟରେ ସୁନୀଲ ନାଇଡୁ ନାମକ ଜନୈକ ଅଟୋ ଚାଳକଙ୍କୁ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କ ପୁତୁରା ପ୍ରଲେନ୍ଦୁ ଶବର ଗାଳିଗୁଳଜ କରିଥିଲେ। ମାଡପିଟ କରି ଅଟୋକୁ ଭଙ୍ଗାରୁଜା କରିଥିଲେ। ସୁନୀଲ ଓ ତାଙ୍କ ପିତା ଫରେଷ୍ଟର ସନ୍ତୋଷ ଖଡିଆଳ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଖବରପାଇ ବ୍ଲକ ଅଧ୍ୟକ୍ଷ ଶବର ଥାନାକୁ ପହଞ୍ଚି ବାପପୁଅଙ୍କୁ ଗାଳି ଗୁଳଜ କରିବା ସହିତ ମାଡପିଟ କରିଥିଲେ। ପୋଲିସକୁ ମଧ୍ୟ ସେ ଗାଳି କରିବାକୁ ପଛାଇ ନ ଥିଲେ। ଏହାକୁ ନେଇ ପୋଲିସ ମାମଲା ରୁଜୁ କରି ଗୁରୁବାର ବ୍ଲକ ଅଧ୍ୟକ୍ଷଙ୍କୁ ପୋଲିସ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *