Wed. Jan 29th, 2020

ଜାଇଫଳ ଦୂରକରେ ଅନିଦ୍ରା ସମସ୍ୟା

ଜାଇଫଳ କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଛି। ଅନିଦ୍ରା ସମସ୍ୟାକୁ ବି ଦୂର କରେ। ଆସନ୍ତୁ ଜାଣିବା ଜାଇଫଳରେ ଆଉ କେଉଁସବୁ ଉପକାରୀ ଗୁଣ ରହିଛି।

୧ . ଜାଇଫଳରେ ରହିଛି କ୍ୟାନସର୍‌ ପରି ରୋଗ ସହିତ ଲଢ଼ିବା ପାଇଁ ଶକ୍ତି।

୨ . ଜାଇଫଳ ଖାଇବା ଦ୍ୱାରା ଶରୀରରେ ସେରେଟୋନିନ୍‌ ହର୍ମୋନର ଉତ୍ପାଦନ ବୃଦ୍ଧି ପାଏ। ଏହି ହରମୋନ୍‌ ଶରୀର ଓ ମସ୍ତିଷ୍କକୁ ଶାନ୍ତି ରଖିବାରେ ସାହାଯ୍ୟ କରେ। ଯାହାଫଳରେ ନିଦ ଭଲ ହୋଇଥାଏ।

୩ . ଅନିଦ୍ରା ସମସ୍ୟା ବା ଇସୋମୋନିଆ ଦୂର କରିବା ପାଇଁ ଜାଇଫଳ ଲାଭଦାୟକ। ଏହି ରୋଗ ହେଲେ ରାତିରେ ନିଦ ହୁଏନି। ଏଥିପାଇଁ ଦୈନନ୍ଦିନ ଭୋଜନରେ ଜାଇଫଳ ସାମିଲ କରିବା ଉଚିତ।

୪ . ଜାଇଫଳରେ କ୍ୟାଲସିୟମ୍‌, ଆଇରନ୍‌, ମ୍ୟାଗ୍ନେସିୟମ୍‌, ମିନେରାଲ୍, ପୋଟାସିୟମ୍ ପରି ନ୍ୟୁଟ୍ରିଏଣ୍ଟସ୍‌ ରହିଛି ଓ ଏସବୁ ରକ୍ତ ସଞ୍ଚାଳନକୁ ଠିକ୍‌ ରଖେ।

୫ . ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ଥିଲେ ଖାଦ୍ୟରେ ଜାଇଫଳ ସାମିଲ କରିବା ଦରକାର। କାରଣ ଜାଇଫଳରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଆଣ୍ଠୁଗଣ୍ଠି ରୋଗ ପାଇଁ ଭଲ କାମକରେ।

୬ . ପେଟଜନିତ ସମସ୍ୟା ପାଇଁ ମଧ୍ୟ ଜାଇଫଳ ଭଲ। ଅଧିକ ତେଲ ମସଲାଜାତୀୟ ଖାଦ୍ୟ ପାଚନତନ୍ତ୍ରକୁ ପ୍ରଭାବିତ କରିଥାଏ। ତେଣୁ ଜାଇଫଳ ଖାଇବାଦ୍ୱାରା ଡାଇରିଆ ଓ ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ମିଳେ।

Leave a Reply

Your email address will not be published. Required fields are marked *