Wed. Jan 29th, 2020

ରେଡ୍ ୱାଇନ୍ ଯୌନଇଚ୍ଛା ବଢାଏ

ଯୌନ ସମ୍ପର୍କ ପୂର୍ବରୁ କୌଣସି ବ୍ୟକ୍ତି ଯଦି ମାଦକ ପାନୀୟ ନେଉଥାଆନ୍ତି ତାହେଲେ ରେଡ ୱାଇନ୍ ପିଇବା ଉଚିତ୍। କାରଣ ଏହା ଏକମାତ୍ର ମାଦକ ପାନୀୟ ଯାହାକି ଯୌନ ଜୀବନରେ ଆନନ୍ଦରେ ଭରି ଦେଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। କୁହାଯାଇଛି ରେଡ ୱାଇନ୍ ଟେଷ୍ଟୋଷ୍ଟେରନକୁ ବଢ଼ାଇଥାଏ। ଏହି ହରମୋନ୍ ଆପଣଙ୍କ ଭିତ​‌ରେ ଯୌନଇଚ୍ଛାକୁ ବୃଦ୍ଧି କରେ। ଜର୍ଣ୍ଣଲ୍ ଅଫ୍ ସେକ୍ସୁଆଲ୍ ମେଡିସିନ୍ ଦ୍ୱାରା କରାଯାଇଥିବା ଗବେଷଣା ଅନୁଯାୟୀ ଯେଉଁମାନେ ଏକରୁ ଦୁଇ ଗ୍ଲାସ୍ ରେଡ ୱାଇନ୍ ପିଇଥାଆନ୍ତି ସେମାନଙ୍କ ଭିତରେ ଯୌନଇଚ୍ଛା ବହୁତ ବଢ଼ିଥାଏ। ମାତ୍ର ଏହାଠାରୁ ଅଧିକ ପିଇବା ଦ୍ୱାରା ଟେଷ୍ଟୋଷ୍ଟେରନର ସ୍ତର କମିଯାଇପାରେ ବୋଲି ମଧ୍ୟ ସତର୍କ କରିଦିଆଯାଇଛି।

Leave a Reply

Your email address will not be published. Required fields are marked *