Wed. Jan 29th, 2020

ପ୍ରେତାତ୍ମା ବାସ କରୁଥିବା ଦ୍ୱୀପ

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି। ଯାହା ବିଷୟରେ ବିଜ୍ଞାନ ଜାଣିବାକୁ ଆଜିଯାଏ ସକ୍ଷମ ହୋଇନି। ସେଠାରେ ଘଟୁଥିବା ଘଟଣା ସବୁ ରହସ୍ୟ ହୋଇ ରହିଯାଉଛି। ସେହିପରି ଏକ ରହସ୍ୟମୟ ଦ୍ୱୀପ ସ୍କଟ୍‌ଲାଣ୍ଡ୍‌ରେ ରହିଛି। ନାଁ ‘ଆଇନହାଲୋ’। ସେଇ ସ୍ଥାନଟି ସମ୍ପର୍କରେ ପ୍ରକୃତ ତଥ୍ୟ ତଥ୍ୟ କାହାରି ପାଖରେ ନାହିଁ। ଦ୍ୱୀପଟି ଖୁବ୍‌ ଛୋଟ। ଦେଖିବାକୁ ହୃଦୟ ଭଳି। ଯାହା ମାନଚିତ୍ରରେ ପାଇବା କଷ୍ଟକର। ଏହି ଦ୍ୱୀପ ସମ୍ପର୍କରେ କିଛି ରହସ୍ୟମୟ କାହାଣୀ ରହିଛି। ପୌରାଣିକ କଥା ଅନୁସାରେ ଏହି ଦ୍ୱୀପ ଭୂତ-ପ୍ରେତଙ୍କର। ତେଣୁ ସେଠାରେ ପ୍ରେତାତ୍ମା ବାସ କରନ୍ତି। କୌଣସି ବ୍ୟକ୍ତି ଏହି ଦ୍ୱୀପକୁ ଗଲେ ଆଉ ଫେରନ୍ତି ନାହିଁ। ଏହା ମଧ୍ୟ କୁହାଯାଏ ଏହି ଦ୍ୱୀପରେ ଜଳପରି ବାସ କରନ୍ତି। ଗରମ ଦିନରେ ଏମାନେ ବାହାରକୁ ଆସିନ୍ତି। କିନ୍ତୁ ଏସବୁ ଶୁଣିବା କଥା।


ସ୍କଟ୍‌ଲାଣ୍ଡର ହାଇଲ୍ୟାଣ୍ଡ୍‌ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେନ୍‌ ଲି କୁହନ୍ତି ସେହି ଦ୍ଵୀପରେ ହଜାର ବର୍ଷ ପୂର୍ବେ ଲୋକେ ବାସ କରୁଥିଲେ। କିନ୍ତୁ ୧୮୫୧ ମସିହାରେ ଏଠାରେ ପ୍ଲେଗ୍‌ ରୋଗ ବ୍ୟାପିବାରୁ ଲୋକମାନେ ଦ୍ୱୀପ ଛାଡ଼ି ଅନ୍ୟତ୍ର ଚାଲିଗଲେ। ତେବେ କାହିଁକି ଦ୍ଵିପକୁ ଯାଉଥିବା ଲୋକେ ଫେରନ୍ତି ନାହିଁ ତାହାର ସଠିକ୍‌ ତଥ୍ୟ କାହା ପାଖରେ ନାହିଁ। ସେଥିପାଇଁ ଦ୍ୱୀପଟି ରହସ୍ୟମୟ ହୋଇଯାଇଛି।

Leave a Reply

Your email address will not be published. Required fields are marked *