Wed. Jan 29th, 2020

ବୟଫ୍ରେଣ୍ଡଙ୍କ ସହ ଆମେରିକା ଟ୍ରିପରେ ଶାମା ସିକନ୍ଦର

ମୁମ୍ବାଇ : ଫିଲ୍ମ ଓ ଟିଭି ଅଭିନେତ୍ରୀ ଶାମା ସିକନ୍ଦର ବୟଫ୍ରେଣ୍ଡ ଓ ତାଙ୍କ ପରିବାର ସହିତ ଆମେରିକାର ଫ୍ଲୋରିଡାରେ ନୂଆବର୍ଷ ଛୁଟି କାଟୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ଫଟୋ। ଏହି ଫଟୋ ତାଙ୍କୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।

ଶାମା ସିକନ୍ଦରଙ୍କର ବୋଲ୍ଡ ଲୁକ୍ସ ରହିଥିବା ବେଳେ ସି ବିଚରେ ସେ ବିକିନି ପିନ୍ଧିଥିବା ଦେଖିବାକୁ ମିଳିଛୁ। ଫ୍ୟାନ୍ସମାନେ ଏହାକୁ ପସନ୍ଦ କରିଛନ୍ତି। ଏସବୁ ଫଟୋ ଆମେରିକା ଟ୍ରିପର। ଶାମା ପୂର୍ବରୁ ମଧ୍ୟ ନିଜର ବୋଲ୍ଡ ଫଟୋ ସେୟାର କରୁଥିବା ବେଳେ ବଡଦିନ ଅବସରରେ ସି ବିଚରେ ଉଠାଇଥିବା ଫଟୋ ସେୟାର କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ତାଙ୍କର ଏହି ଫଟୋ ଦୁବାଇ ଟ୍ରିପର ବୋଲି ଜଣାପଡିଛି। ଶାମା ଖୁବ୍ ରିଲାକ୍ସ ମୁଡରେ ଅଛନ୍ତି। ତାଙ୍କୁ ବହୁ ଟିଭି ସିରିୟଲରେ ଦେଖିବାକୁ ମିଳୁଥିଲେ ହେଁ ଅଭିନୟଠାରୁ ଫ୍ୟାନ୍ସ ତାଙ୍କର ଗ୍ଲାମରସ୍ ଅବତାରକୁ ଅଧିକ ଦେଖିବାକୁ ଚାହାନ୍ତି। ଶାମଙ୍କୁ ୩୮ ବର୍ଷ ହୋଇସାରିଥିଲେ ମଧ୍ୟ ଏବେ ବି ସେ ଖୁବ୍ ଫିଟ୍ ଅଛନ୍ତି। ଆମୀର ଖାନଙ୍କ ଫିଲ୍ମ ମନ୍‌ରେ ସେ ଦର୍ଶକଙ୍କୁ ଜଲୱା ଦେଖାଇ ଦିୱାନା କରିଦେଇଥିଲେ।

Leave a Reply

Your email address will not be published. Required fields are marked *