Wed. Jan 29th, 2020

କଞ୍ଚା କଦଳୀ ବଢାଏ ପାଚନ ଶକ୍ତି

କଞ୍ଚା କିମ୍ୱା ପାଚିଲା କଦଳୀ ସ୍ୱାସ୍ଥ୍ୟ ପାଇଁ ଦୁଇଟି ଯାକ ଭଲ। ପାଚିଲା ଅପେକ୍ଷା କଞ୍ଚା କଦଳୀରେ ଅଧିକ ଔଷଧୀୟ ଗୁଣ ରହିଛି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ–।

୧. ପେଟ ସମସ୍ୟା ପାଇଁ କଞ୍ଚା କଦଳୀ ଭଲ। ଏଥିରେ ଥିବା ଫାଇବର୍‌ ପେଟକୁ ସଫା କରିଥାଏ।

୨. କଞ୍ଚା କଦଳୀରେ ଭିଟାମିନ୍‌ ସି, ମ୍ୟାଗ୍ନେସିୟମ୍‌, ଭିଟାମିନ୍‌-ବି୬, ପୋଟାସିୟମ୍, ଫାଇବର୍‌ ଓ ଫୋଲେଟ୍‌ ପରି ପୋଷକତତ୍ତ୍ୱ ରହିଛି। ଏସବୁ ଶରୀର ଶକ୍ତି ବଢ଼ାଏ।

୩ . କଞ୍ଚା କଦଳୀର ତରକାରି ସପ୍ତାହକୁ ଦୁଇରୁ ତିନିଥର ଖାଇଲେ, ପେଟ ସମସ୍ୟା ଦୂର ହେବା ସହ ପାଚନ ଶକ୍ତି ବୃଦ୍ଧି ହୋଇଥାଏ।

୪ . କଞ୍ଚା କଦଳୀରେ ଟ୍ରିପ୍ଟୋଫ୍ୟାନ୍‌ ନାମକ ଏକ ତତ୍ତ୍ୱ ରହିଛି, ଯାହା ଶରୀରକୁ ଯିବା ପରେ ସେରୋଟେନିନ୍‌ ହରମୋନ୍‌ରେ ପରିବର୍ତ୍ତିତ ହୋଇଥାଏ। ଏହି ସେରୋଟେନିନ୍‌ ହରମୋନ୍‌ ମସ୍ତିଷ୍କକୁ ଡିପ୍ରେସନ୍‌ ଓ ମାନସିକ ରୋଗଠାରୁ ଦୂରେଇ ରଖେ।

୫ . କଞ୍ଚା କଦଳୀ ତରକାରି ଡାଇରିଆ ପରି ସମସ୍ୟାରୁ ତୁରନ୍ତ ଆରାମ ଦେଇଥାଏ। କାରଣ ଏଥିରେ ଥିବା ଫାଇବର୍‌ ଓ ଜଳୀୟଅଂଶ ଖାଦ୍ୟକୁ ଶୀଘ୍ର ହଜମ କରିଥାଏ।

Leave a Reply

Your email address will not be published. Required fields are marked *