Wed. Jan 29th, 2020

ସୁଖ ଦାମ୍ପତ୍ୟ ଜୀବନ ପାଇଁ ମାନନ୍ତୁ କିଛି ନିୟମ

ପରିବାର ଠାରୁ ବର-କନ୍ୟାଙ୍କ ପର୍ଯ୍ୟନ୍ତ ସମସ୍ତେ ଚାହାଁନ୍ତି ଦାମ୍ପତ୍ୟ ଜୀବନ ସୁଖମୟ ହେଉ। ସେଥିପାଇଁ ବିବାହ ସମୟରେ ବିଧି ବ୍ୟବସ୍ଥାରେ ଯେପରି କୌଣସି ଖିଲାପ ନହେବ ସେଥିପ୍ରତି ସମସ୍ତେ ନଜର ଦିଅନ୍ତି। କିନ୍ତୁ ସୁଖ ଦାମ୍ପତ୍ୟ ଜୀବନ ପାଇଁ କ’ଣ କହୁଛି ବାସ୍ତୁଶାସ୍ତ୍ର। କେଉଁ ନିୟମ ମାନିବା ଆବଶ୍ୟକ।

୧. ଦାମ୍ପତ୍ୟ ଜୀବନ ସୁଖ ପାଇଁ ଶୟନ କକ୍ଷ ଦକ୍ଷିଣ ପଶ୍ଚିମ କୋଣରେ କରନ୍ତୁ।
୨. ଶୋଇବା ସମୟରେ ସୁମଧୁର ସଙ୍ଗୀତ ବଜାନ୍ତୁ।
୩. ଖଟକୁ କେବେ କାନ୍ଥରେ ଲଗାନ୍ତୁ ନାହିଁ।
୪. ଶୟନ କକ୍ଷରେ ଆଇନା ରଖନ୍ତୁ ନାହିଁ। ଯଦି ଅଛି ଶୃଙ୍ଗାର ପରେ ଆଇନାରେ ପରଦା ପକାଇ ଦିଅନ୍ତୁ।
୫. ଶୋଇଥିବା ବେଳେ ଶରୀର ଯେପରି ଆଇନାରେ ନଆସେ ଧ୍ୟାନ ରଖନ୍ତୁ। ସ୍ୱାମୀ-ସ୍ତ୍ରୀ ଏକତ୍ର ଥିବାବେଳେ ଆଇନାରେ ଛବି ଆସିଲେ ଅଶୁଭ।
୬. ଶୋଇବା ଘର କାନ୍ଥରେ ଘଣ୍ଟା ଟାଙ୍ଗିଥିଲେ ଉତ୍ତର କାନ୍ଥରେ ଟାଙ୍ଗନ୍ତୁ।
୭. ପୂଜାଘର ଶୟନ କକ୍ଷରେ ରଖନ୍ତୁ ନାହିଁ।
୮. ଉଭୟ ପତି-ପତ୍ନୀଙ୍କ ଖୁସି ମୁହୂର୍ତ୍ତର ଫଟୋ, ଯୋଡ଼ି ଚଢ଼େଇ, ରାଧାକୃଷ୍ଣ ଯୁଗଳ ଚିତ୍ର ରଖିପାରନ୍ତି।
୯. ଶୋଇବା ଘରେ ହାଲୁକା ରଙ୍ଗ ଦିଅନ୍ତୁ।
୧୦. ଶୋଇବା ଘରେ ନକଲି ଫୁଲ ରଖନ୍ତୁ ନାହିଁ।
୧୧. କପଡ଼ା ରଖିବା ଆଲମିରାକୁ ପଶ୍ଚିମ କାନ୍ଥ ପାଖରେ ରଖନ୍ତୁ।
୧୨. ବ୍ଲୁ ଲାଇଟ୍‌ ରାତିରେ ଜଳାଇ ପାରନ୍ତି।
୧୩. ବାଥ୍‌ରୁମ୍‌ ଶୋଇବା ଘର ସହ ଥିଲେ ବାଥ୍‌ରୁମ୍‌ ଦ୍ୱାରରେ ଘର କାନ୍ଥ ରଙ୍ଗର ଏକ ପରଦା ଟାଙ୍ଗି ଦିଅନ୍ତୁ।
୧୪. ଆବଶ୍ୟକ ଥିଲେ ଦୁଇଟି ଖଟ ବ୍ୟବହାର କରନ୍ତୁ। କିନ୍ତୁ ଦୁଇଟି ଖଟକୁ ଏକାଠି ଯୋଡ଼ି ଶୁଅନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *