Wed. Jan 29th, 2020

ଓଡ଼ିଆ ସିନେମା ‘ବାବୁ ଭାଇଜାନ୍’ ୧୨ରେ ମୁକ୍ତିଲାଭ କରିବ

ଭୁବନେଶ୍ଵର: ଆଗାମୀ ୧୨ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ବାବୁ ଭାଇଜାନ୍’। ଏହାର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହ ପ୍ରଯୋଜନା କରିଛନ୍ତି ସନ୍ତୋଷ ନାରାୟଣ ଦାସ। ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି। ତାପସ ସରଘରିଆ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି ମଳୟ ମିଶ୍ର। ଏଥିରେ ‘ବାବୁ ଭାଇଜାନ୍‌’ ଭାବେ ପରଦାକୁ ଆସୁଛନ୍ତି ଅରିନ୍ଦମ୍‌। ‘ବାବୁ ଭାଇଜାନ୍’ର ଟାଇଟଲ ଭୂମିକାରେ ଅରିନ୍ଦମ ଅଭିନୟ କରିଥିବା ବେଳେ ତାଙ୍କ ସହ ପ୍ରଥମ ଥର ନାୟିକା ଭାବେ ଅଭିନୟ କରିଛନ୍ତି ଶିବାନୀ। ଅରିନ୍ଦମ-ଶିବାନୀଙ୍କ ବ୍ୟତୀତ ଶ୍ରୀତମ ଦାସ, ମିହିର ଦାସ, ଚୌଧୁରୀ ବିକାଶ ଦାସ, ବିଦୁସ୍ମିତା, ମନୋଜ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, ସନ୍ତୋଷ ନାରାୟଣ ଦାସ ଓ ତାପସ ସରଘରିଆ ପ୍ରମୁଖ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Leave a Reply

Your email address will not be published. Required fields are marked *