Wed. Jan 29th, 2020

ବିଏସଏନଏଲ ପ୍ଲାନରେ ରହିଛି ୧୫୦୦ ଜିବି ଡାଟା

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍ ବା ବିଏସଏନଏଲ ଏକ ନୂଆ ବ୍ରଡବ୍ରାଣ୍ଡ୍ ପ୍ଲାନ ଆରମ୍ଭ କରିଛି। ଏହି ପ୍ଲାନର ମୂଲ୍ୟ ରହିଛି ୧,୯୯୯ ଟଙ୍କା। ବର୍ତ୍ତମାନ ଏହି ପ୍ଲାନ ଫାଇବର ବ୍ରଡବ୍ରାଣ୍ଡ୍ କମ୍ବୋ ପ୍ଲାନ୍ କିଛି ସର୍କଲରେ ଚାଲିଛି। ଏଥିରେ ଇଣ୍ଟରନେଟ୍ ୨୦୦ ଏମବିପିଏସରେ ଚାଲୁଛି। ଏହି ପ୍ଲାନକୁ ତେଲେଙ୍ଗାନା ଓ ଚେନ୍ନାଇ ସର୍କଲରେ ପ୍ରମୋଶନାଲ ଆଧାରରେ ଆରମ୍ଭ କରାଯାଇଛି। ଏହାର ବୈଧତା ପରୀକ୍ଷାମୂଳକ ଭାବେ ପ୍ରଥମେ ୯୦ ଦିନ ରହିବ।

ଏହି ପ୍ଲାନରେ ଏଫୟୁପି ଡାଟା ଲିମିଟ୍ ୧୫୦୦ ଜିବି ଅର୍ଥାତ ୧.୫ଟିବି ରହିଛି। ଏଫୟୁପି ଶେଷ ହେବା ପରେ ଇଣ୍ଟରନେଟ୍ ସ୍ପିଡ୍ ଖସି ୨ଏମବିପିଏସ ହୋଇଯିବ। ଏଥିରେ ୟୁଜର ଯେକୌଣସି ନମ୍ବରକୁ ଫ୍ରି ଅନଲିମିଟେଡ୍ କଲ କରିପାରିବେ। ଏହାର ବୈଧତା ଗୋଟିଏ ମାସ ରହିବ। ଏହା ବିଏସଏନଏଲ ଓ୍ୱେବସାଇଟରେ ରହିଛି। ଅପ୍ରେଲ୍ ୬,୨୦୨୦ ଯାଏଁ ଏହାକୁ ଉପଭୋଗ କରାଯାଇପାରିବ। ବର୍ତ୍ତମାନ ଏହାକୁ ଲମ୍ବା ଅବଧୀ ପାଇଁ ଲଞ୍ଚ୍ କରାଯାଇ ନାହିଁ।

ସେହିପରି ବିଏସଏନଏଲ ଫାଇବର ପ୍ଲାନରେ ୯୯୯ ଟଙ୍କାରେ ଆମାଜନ ଫ୍ରି ସବସ୍କ୍ରିବସନର ବିକଳ୍ପ ଦେଉଛି। ଏହି ପ୍ଲାନରେ ଆମାଜନ ପ୍ରାଇମ ରହିବ ନା ନାହିଁ ସେନେଇ ସୂଚନା ମିଳିପାରି ନାହିଁ। ଏହା ସିଧାସଳଖ ଜିଓର ୨୪୯୯ ପ୍ଲାନକୁ ଟକ୍କର ଦେବ। ଜିଓର ପ୍ଲାନରେ ୫୦୦ ଏମବିପିଏସ ସ୍ପିଡ୍ ମିଳିଥାଏ। ତେବେ ଏହାର ଏଫୟୁପି ଲିମିଟ ୧.୨୫ ଟିବି ରହିଛି।

Leave a Reply

Your email address will not be published. Required fields are marked *