Wed. Jan 29th, 2020

ଉତ୍ତର ପ୍ରଦେଶ କେନ୍ଦ୍ରକୁ ପଠାଇଲା ହିନ୍ଦୁ ଶରଣାର୍ଥୀଙ୍କ ତାଲିକା

ନୂଆଦିଲ୍ଲୀ : ରାଜ୍ୟର ୧୯ଟି ଜିଲ୍ଲାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସି ବେଆଇନ୍‌ ଭାବେ ବସବାସ କରୁଥିବା ଅଣମୁସଲମାନଙ୍କର ଏକ ତାଲିକା ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଛି। ଏଭଳି ପଦକ୍ଷେପ ନେଇ ‘ସିଏଏ’ ପ୍ରବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିବାରେ ସମଗ୍ର ଦେଶରେ ଉତ୍ତର ପ୍ରଦେଶ ପ୍ରଥମ ହେବାକୁ ଯାଉଛି। ଏହି ତାଲିକାରେ ହିନ୍ଦୁମାନଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି।

ସରକାରଙ୍କ ପକ୍ଷରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସି ବସବାସ କରୁଥିବା ଶରଣାର୍ଥୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ତାଲିକା ସରକାରଙ୍କ ନିକଟରେ ଦାଖଲ କରିବାକୁ ଗତ ସପ୍ତାହରେ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କୁ କୁହାଯାଇଥିଲା। ସେମାନଙ୍କ ଠାରୁ ମିଳିଥିବା ତାଲିକାର ତଥ୍ୟାବଳିକୁ ମିଶାଇ ପ୍ରାୟ ୪୦, ୦୦୦ ଅଣମୁସଲମାନ ଶରଣାର୍ଥୀ ଉତ୍ତର ପ୍ରଦେଶରେ ବସବାସ କରୁଛନ୍ତି। ୧୯ ଟି ଜିଲ୍ଲାର ମଧ୍ୟରୁ ଆଗ୍ରା, ରାଏ ବରେଲି, ସହରଣପୁର, ଗୋରଖପୁର, ଆଲିଗଡ଼, ରାମପୁର, ମୁଜାଫରନଗର, ହାପୁର, ମଥୁରା, କାନପୁର, ପ୍ରତାପଗଡ଼, ବାରାଣସୀ, ଆମେଠି, ଝାନ୍‌ସୀ, ବାରୈଚ୍‌, ଲକ୍ଷ୍ମୀପୁର ଖେରି, ଲକ୍ଷ୍ନୌ, ମିରଟ ଓ ପିଲଭିତ ଆଦିରେ ଅଧିକାଂଶ ରହୁଛନ୍ତି। କେବଳ ପିଲ୍‌ଭିତ୍‌ରେ ପ୍ରାୟ ୩୦ ରୁ ୩୫ ହଜାର ଶରଣାର୍ଥୀ ରହୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *