Wed. Jan 29th, 2020

ଆସନସୋଲ୍‌ରେ ବିଜେପି ଅଫିସ ପୋଡ଼ିଦେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ଆସାନସୋଲ ଅନ୍ତର୍ଗତ ସାଲନପୁର ଗାଆଁରେ ଥିବା ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟକୁ ରବିବାର ରାତିରେ କେତେକ ଦୁର୍ବୃତ୍ତ ପୋଡ଼ିଦେଇଛନ୍ତି। ଏ ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ ଅଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ତୃଣମୂଳ କଂଗ୍ରେସ ଏହାକୁ ଖଣ୍ଡନ କରିଛି।

ବିଜେପି ନେତା ଗୋପାଳ ରାୟ କହିଛନ୍ତି ଏ ଅଞ୍ଚଳରେ ବିଜେପିର ପ୍ରଭାବ ବଢୁଥିବାରୁ ଟିଏମ୍‌ସି ଗୁଣ୍ଡାମାନେ ଦଳୀୟ କାର୍ଯ୍ୟାଳୟକୁ ପୋଡ଼ି ଦେଇଛନ୍ତି। କମ୍ବଳ ବଣ୍ଟନ ଲାଗି ବିଜେପି ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ଏଠାରେ ବହୁ ଜନସମାଗମ ହୋଇଥିଲା। ଏଥିରେ ଚିନ୍ତିତ ହୋଇ ଟିଏମ୍‌ସି ଈର୍ଷାରେ ବିଜେପିର ଦଳୀୟ କାର୍ଯ୍ୟାଳୟ ପୋଡ଼ି ପକାଇଛି।

ଅପରପକ୍ଷରେ ତୃଣମୂଳ କଂଗ୍ରେସର ନେତା ହରେରାମ ତିଓ୍ଵାରି ବିଜେପିର ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ବିଜେପିର କର୍ମୀମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଏଭଳି ଘଟଛି। ଦଳୀୟ କାର୍ଯ୍ୟାଳୟରେ ବିଜେପି ନେତାମାନେ ମଦ୍ୟପାନ ସମେତ ସବୁ ପ୍ରକାରର ଅନୈତିକ କାର୍ଯ୍ୟ କରନ୍ତି।

Leave a Reply

Your email address will not be published. Required fields are marked *