Wed. Jan 29th, 2020

ନିର୍ଦ୍ଦେଶକଙ୍କ ନାଁରେ ବଙ୍ଗୀୟ ଅଭିନେତ୍ରୀଙ୍କ ମି’ଠୁ ଅଭିଯୋଗ

ନୂଆଦିଲ୍ଲୀ : ବଲିଉଡର ମିଠୁ’ ଅଭିଯୋଗ ଏବେ ବଙ୍ଗାଳା ଫିଲ୍ମ ଜଗତ ପର୍ଯ୍ୟନ୍ତ ପହଞ୍ଚିଛି। ବଙ୍ଗାଳା ସିନେମାର ଚର୍ଚ୍ଚିତ ଅଭିନେତ୍ରୀ ରୂପଞ୍ଜନା ମିତ୍ର ଫିଲ୍ମ ନିର୍ଦ୍ଦେଶକ ଅରିନ୍ଦମ ସିଲଙ୍କ ନାଁରେ ଆଣିଛନ୍ତି ଯୌନ ନିର୍ଯ୍ୟାତନା ଭଳି ଗମ୍ଭୀର ଅଭିଯୋଗ। ଆନନ୍ଦବଜାର ଡିଜିଟାଲରେ ଦେଇଥିଲା ଏକ ସାକ୍ଷାତକାରରେ ଅଭିନେତ୍ରୀ ଜଣଙ୍କ ଏହା କରିଛନ୍ତି।

ସେ ଅଭିଯୋଗରେ କହିଛନ୍ତି ଏକ ଲୋକପ୍ରିୟ ସିରିଏଲ୍ ‘ଭୂମିକନ୍ୟା’ର ପ୍ରଥମ ଏପିସୋଡର ସ୍କ୍ରିପ୍ଟ ପଢ଼ିବା ପାଇଁ ନିଜ କୋଲକତା ଅଫିସକୁ ଡାକିଲେ। ଏହା ପରେ କିଛି ଫିଲ୍ମମେକର ତାଙ୍କ ସହିତ ଅସଦାଚରଣ କରିଥିଲେ ବୋଲି ରୂପଞ୍ଜନା କହିଛନ୍ତି। ଏହି ଘଟଣା ଦୁର୍ଗାପୂଜାର କିଛି ଦିନ ପୂବର୍ରୁ ଘଟିଛି। ସନ୍ଧ୍ୟା ୫ଟା ସମୟରେ ରୂପଞ୍ଜନା ତାଙ୍କ ଅଫିସରେ ପହଞ୍ଚିଥିଲେ କିନ୍ତୁ ସେଠାରେ କହି ନଥିଲେ। ରୂପଞ୍ଜନାଙ୍କୁ ବହୁତ ଡ଼ର ଲାଗିଥିଲା। ପୁଣି ଅଚାନକ ନିର୍ଦ୍ଦେଶକ ଭିତରକୁ ଆସି ରୂପଞ୍ଜନାଙ୍କ ପିଠି, ମୁଣ୍ଡରେ ହାତ ବୁଳାଇବା ଆରମ୍ଭ କରିଥିଲେ। ଅଫିସ ଭିତରେ କେହି ନଥିବାରୁ ରୂପଞ୍ଜନା କିଛି ଉପାୟ ନପାଇ ସ୍କ୍ରିପ୍ଟ ବିଷୟରେ ବସଙ୍କୁ ପଚାରିଥିଲେ। ବୋଧେ ସେହି ସମୟରେ ନିର୍ଦ୍ଦେଶକ ବୁଝି ଜାଣି ପାରିଥିଲେ ରୂପଞ୍ଜନା ବହୁତ ସାଧାରଣ ଝିଅ। ଏସବୁ ପସନ୍ଦ ନୁହେଁ। ବୋଲି। ତେଣୁ ଅରିନ୍ଦମ ମଧ୍ୟ ନିର୍ଦ୍ଦେଶକ ମୁଡ଼ରେ ଆସି ରୂପଞ୍ଜନାଙ୍କୁ ସ୍କ୍ରିପ ବିଷୟରେ କଥା ହୋଇଥିଲେ।

Leave a Reply

Your email address will not be published. Required fields are marked *