Wed. Jan 29th, 2020

୧୬ରୁ ବକେୟା ବିଲ୍ ପୈଠ କରି ନଥିବା ଗ୍ରାହକଙ୍କ ବିଦ୍ୟୁତ୍‌ ସଂଯୋଗ କଟିବ

ଭୁବନେଶ୍ଵର : ବକେୟା ବିଦ୍ୟୁତ ବିଲ୍ ପୈଠ କରି ନଥିବା ଗ୍ରାହକଙ୍କ ଘରୁ ବିଦ୍ୟୁତ୍‌ ସଂଯୋଗ ଆସନ୍ତା ୧୬ ତାରିଖରେ ବିଚ୍ଛିନ୍ନ କରାଯିବ। ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଆଜି ଏହା ସ୍ପଷ୍ଟ କହିଛନ୍ତି। ଯେଉଁ ବ୍ୟାବସାୟିକ ଓ ଘରୋଇ ଉପଭୋକ୍ତାଙ୍କର ବକେୟା ବିଲ ଦେବାର କ୍ଷମତା ଥିଲେ ମଧ୍ୟ ଜାଣିଶୁଣି ପୈଠ କରୁନାହାନ୍ତି ପ୍ରଥମେ ସେମାନଙ୍କର ବିଦ୍ୟୁତ ବିଚ୍ଛିନ୍ନ କରାଯିବ। ନୋଟିସ୍ ଜାରି ହୋଇଥିବା ଗ୍ରାହକମାନେ ଦୁଇ ଦିନ ଭିତରେ ବକେୟା ବିଲ୍‌ ପୈଠ ନ କେଲେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେସୁ ପକ୍ଷରୁ କୁହାଯାଇଛି। ପ୍ରଥମେ ଡିସେମ୍ବର ୨୦ ତାରିଖରେ ଏ ନେଇ ସୂଚନା ଦିଆଯାଇଥିଲା। ଚଳିତବର୍ଷ ଜାନୁଆରି ୧୬ରୁ ଫେବ୍ରୁଆରି ୫ ତାରିଖ ଯାଏ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କାର୍ଯ୍ୟ ଜାରି ରହିବ।

ଏଥିଲାଗି ୯ଟି ଜିଲ୍ଲାରେ ସେସୁ କର୍ମଚାରୀ କାମ କରିବେ। ଏହି କାର୍ଯ୍ୟ କରିବାକୁ ସମୁଦାୟ ୧୧୩୯୭ ଗ୍ରାମ ପାଇଁ ୪୧୩ଟି ସ୍କ୍ବାର୍ଡ ଗଠନ କରାଯାଇଛି। ଦିନକୁ ୩ରୁ ୪ଟି ଗାଁକୁ ସ୍କ୍ବାର୍ଡ ବୁଲିବେ। ତେବେ ପୂରା ଗାଁରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ। ଯେଉଁ ଘର ବିଲ୍ ଦେଇ ନଥିବେ ସେମାନଙ୍କର ବିଦ୍ୟୁତ ସଂଯୋଗ କାଟି ଦିଆଯିବ।

Leave a Reply

Your email address will not be published. Required fields are marked *