Wed. Jan 29th, 2020

ଷ୍ଟେଟ ବ୍ୟାଙ୍କ୍‌ ସ୍ଥାୟୀ ଜମା ଉପରେ ସୁଧହାର କମାଇଲା

ମୁମ୍ବାଇ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଜମା (ଫିକ୍ସଡ ଡିପୋଜିଟ୍‌) ଉପରେ ଦିଆଯାଉଥିବା ସୁଧହାରକୁ ୧୫ ବେସିସ୍‌ ପଏଣ୍ଟ (୦.୧୫%) ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଜାନୁଆରି ୧୦ରୁ ଏହି ସଂଶୋଧିତ ଜମା ସୁଧହାର ଲାଗୁ ହୋଇଛି।

ପୂର୍ବରୁ ୧ ବର୍ଷରୁ ଅଧିକ ଓ ୨ ବର୍ଷରୁ କମ ମିଆଦର ସ୍ଥାୟୀ ଜମା ପାଇଁ ପୂର୍ବରୁ ୬.୨୫ ପ୍ରତିଶତ ସୁଧ ମିଳୁଥିବା ବେଳେ ଏବେ ୬.୧୦ ପ୍ରତିଶତ ସୁଧ ମିଳିବ। ଏହି ମିଆଦର ଜମା ପାଇଁ ବରିଷ୍ଠ ନାଗରିକମାନଙ୍କୁ ପୂର୍ବରୁ ୬.୭୫ ପ୍ରତିଶତ ସୁଧ ମିଳୁଥିଲା। ଏବେ ୬.୬୦ ପ୍ରତିଶତ ସୁଧ ମିଳିବ। ସେହିପରି ୨ ବର୍ଷରୁ ଅଧିକ ଓ ୩ ବର୍ଷରୁ କମ ମିଆଦି ଜମା ପାଇଁ ପୂର୍ବରୁ ୬.୨୫ ପ୍ରତିଶତ ସୁଧ ମିଳୁଥିଲା। ଏବେ ୬.୧୦ ପ୍ରତିଶତ ସୁଧ ମିଳିବ। ଏହି ମିଆଦ ବିଶିଷ୍ଟ ଜମା ପାଇଁ ବରିଷ୍ଠ ନାଗରିକମାନଙ୍କୁ ପୂର୍ବରୁ ୬.୭୫ ପ୍ରତିଶତ ସୁଧ ମିଳୁଥିବା ବେଳେ ଏବେ ମିଳିବ ୬.୬୦ ପ୍ରତିଶତ ସୁଧ। ଅନ୍ୟପକ୍ଷରେ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଓ ୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ମିଆଦି ଜମା ଉପରେ ମଧ୍ୟ ସୁଧହାରକୁ ୬.୨୫ ପ୍ରତିଶତରୁ ୬.୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ଜମା ସୁଧହାର ୬.୭୫ ପ୍ରତିଶତରୁ ୬.୬୦ ପ୍ରତିଶତକୁ ହ୍ରାସ କରାଯାଇଛି।

Leave a Reply

Your email address will not be published. Required fields are marked *