Wed. Jan 29th, 2020

ଆରବିଆଇ ଡେପୁଟି ଗଭର୍ଣ୍ଣର ହେଲେ ମାଇକେଲ ଦେବବ୍ରତ ପାତ୍ର

ନୂଆଦିଲ୍ଲୀ : ମାଇକେଲ ଦେବବ୍ରତ ପାତ୍ର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତବର୍ଷ ଜୁଲାଇ ୨୩ରେ ଡେପୁଟି ଗଭର୍ଣ୍ଣର ପଦରୁ ବିରଳ ଆଚର୍ଯ୍ୟ ଇସ୍ତଫା ଦେଇଥିଲେ। ସେହିଦିନ ଠାରୁ ଏହି ପଦ ଖାଲି ପଡ଼ିଥିଲା। ଶ୍ରୀ ପାତ୍ର ଏହି ପଦରେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ। ସେ ଆରବିଆଇର ୪ର୍ଥ ଗଭର୍ଣ୍ଣର। ତାଙ୍କ ପାଖରେ ରହିବ ମନିଟାରୀ ପଲିସି ବିଭାଗ।

ପୂର୍ବରୁ ଶ୍ରୀ ପାତ୍ର ମନିଟାରୀ ପଲିସି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ସୁଧହାର କମାଇବା ନିମନ୍ତେ ନିଆ ଯାଉଥିବା ନିଷ୍ପତ୍ତିରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶ୍ରୀ ପାତ୍ର ଆଇଆଇଟି ମୁମ୍ବାଇରେ ଅର୍ଥନୀତିରେ ପିଏଚ୍‌ଡି କରିଥିଲେ। ଅକ୍ଟୋବର ୨୦୦୫ରେ ସେ ମନିଟାରୀ ପଲିସି ବିଭାଗକୁ ଯିବା ପୂର୍ବରୁ ଅର୍ଥନୀତି ବିଶ୍ଲେଷଣ ବିଭାଗ ଓ ଅନ୍ତର୍ଜାତୀୟ ଫାଇନାନ୍ସ ପଲିସି ଇନଚାର୍ଜ ଭାବେ କାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *