Wed. Jan 29th, 2020

ଦକ୍ଷିଣ ଅଷ୍ଚ୍ରେଲିଆରେ ୫ ହଜାର ଓଟଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ଦକ୍ଷିଣ ଅଷ୍ଟ୍ରେଲିଆରେ ୫ ଦିନ ମଧ୍ୟରେ ୫ ହଜାର ଓଟଙ୍କୁ ହତ୍ୟା କରାଯାଇଛି। ସେଠା ଅଧିକାରୀମାନେ ଆଜି ଏହି ସୂଚନା ଦେଇଛନ୍ତି। ଦକ୍ଷିଣ ଅଷ୍ଟ୍ରେଲିଆ ଏବେ ଗୁରୁତର ମରୁଡିର ସମ୍ମୁଖୀନ ହୋଇଥିବା ବେଳେ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ଜଙ୍ଗଲପୋଡି ଏଯାଏଁ ଥମୁ ନାହିଁ। ଜଳ କଷ୍ଟ ଉତ୍କଟ ହୋଇଥିବାରୁ ଓଟମାନେ ସମସ୍ୟାକୁ ବହୁଦୁଣିତ କରିଛନ୍ତି। ଯେଉଁଠି ବି ଜଳ ଉତ୍ସ ମିଳୁଛି ଓଟ ସେସବୁକୁ ନିଶେଷ କରିଦେଉଛନ୍ତି। ଏଣୁ ସରକାର ପରିସ୍ଥିତିର ମୁକାବିଲା ଲାଗି ଦକ୍ଷିଣ ଅଷ୍ଟ୍ରେଲିଆରେ ୧୦ ହଜାର ଓଟଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ଗତ ୫ ଦିନରେ ଆକାଶମାର୍ଗରୁ ହେଲିକପ୍ଟରରୁ ଗୁଳି କରି ୫ ହଜାର ଓଟଙ୍କୁ ହତ୍ୟା କରାଯାଇଛି।

ସେହିପରି ଦେଶରେ ଆରମ୍ଭ ହୋଇଥିବା ଜଙ୍ଗଲପୋଡି ଯୋଗୁ ଏପର୍ଯ୍ୟନ୍ତ ପ୍ରାୟ ୫୦ କୋଟି ବନ୍ୟପ୍ରାଣୀ ପୋଡି ହୋଇ ପ୍ରାଣ ହରାଇଥିବା ଆକଳନ କରାଯାଉଛି। କେବଳ ବନ୍ୟପ୍ରାଣୀ ନୁହଁନ୍ତି ଅନେକ ଜନବସତୀ ଅଞ୍ଚଳ ମଧ୍ୟ ବନାଗ୍ନିରେ ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି।

Leave a Reply

Your email address will not be published. Required fields are marked *