Wed. Jan 29th, 2020

କବର ଖୋଳି ଦୁଇଭାଇ ଖାଇଛନ୍ତି ୧୫୦ରୁ ଅଧିକ ମୃତ ଦେହର ମାଂସ

ନୂଆଦିଲ୍ଲୀ : ଦୁଇଭାଇ ଖାଉଛନ୍ତି ମଲା ମଣିଷର ମାଂସ। କବର ଭିତରୁ ୧୫୦ରୁ ଅଧିକ ମଲା ମଣିଷଙ୍କ ଶବ ବାହାର କରି ସେମାନଙ୍କ ମାଂସ ଖାଇଛନ୍ତି। ଏହି ଘଟଣା ପାକିସ୍ତାନରେ ଚହଳ ସୃଷ୍ଟି କରିଛି।

ଖବର ଅନୁଯାୟୀ ମଣିଷ ମାଂସ ଖାଉଥିବା ଦୁଇ ଭାଇଙ୍କ ନାଁ ମହମ୍ମଦ ଫର୍‌ମାନ ଓ ମହମ୍ମଦ ଆରିଫ୍‌। ପାକିସ୍ତାନର ପଞ୍ଜାବର ଭକ୍କର ଜିଲ୍ଲାର ଦରୟା ଖାନ୍ ଅଞ୍ଚଳରେ ଫରମାନ୍‌ ଓ ଆରିଫ୍‌ ରହନ୍ତି। ଦୁଇଭାଇ ବିବାହ କରି ସାରିଥିଲେ। ହେଲେ ସେମାନଙ୍କର ଏଭଳି କାର୍ଯ୍ୟାକଳାପ ଦେଖି ସେମାନଙ୍କ ସ୍ତ୍ରୀ ଛାଡ଼ି ଚାଲି ଯାଇଥିଲେ। ପ୍ରତିଦିନ ନିଜ ସ୍ତ୍ରୀଙ୍କୁ ଦୁଇଭାଇ ମାରପିଟ୍‌ କରୁଥିଲେ।

୨୦୧୧ ମସିହାରେ ପ୍ରଥମଥର ଦୁଇଭାଇଙ୍କୁ ପୋଲିସ୍‌ ଗିରଫ କରିଥିଲା। ସ୍ଥାନୀୟ ଶ୍ମଶାନରେ ମୃତ ମହିଳାଙ୍କ ଶବକୁ ଖାଉଥିଲେ। ତାଙ୍କ ନାମ ସାୟରା ପରଓ୍ବିନ୍‌। ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ୨୦୧୧ ମସିହାରେ ମୃତ୍ୟୁ ବରଣ କରିଥିଲେ। ସାୟରାଙ୍କ ସଂପର୍କୀୟଙ୍କ କହିବା ଅନୁସାରେ ୨୪ ବର୍ଷୀୟା ସାୟରାଙ୍କ ମୃତ ଦେହ ଶ୍ମଶାନରେ ପୋତି ଆସିବା ପରେ ତାଙ୍କ ଶବକୁ କିଏ ଗାୟବ କରି ଦେଇଥିଲା। ଏହି ଘଟଣାର ପରଦିନ ତାଙ୍କ ସଂପର୍କୀୟ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ପୋଲିସ ମଣିଷ ଖିଆ ଦୁଇ ଭାଇଙ୍କ ପାଖରେ ପହଞ୍ଚିଥିଲା।

ପାକିସ୍ତାନ ପୋଲିସ୍‌ର ସୂଚନା ହେଲା ମଣିଷ ମରିବା ପରେ ତାର ମାଂସକୁ ଧାରୁଆ ହସ୍ତ୍ରରେ ଏ ଦୁଇ ଭାଇ କାଟି ଖାଉଥିଲେ। ପୁଣି ଘରେ ଆଣି ସେହି ମାଂସକୁ କାଟି ଛୋଟ ଛୋଟ ଖଣ୍ଡ କରି ତରକାରି ପ୍ରସ୍ତୁତ କରୁଥିଲେ। କେବଳ ସାୟରାଙ୍କ ଶବ ନୁହେଁ ଏମିତି ୧୫୦ରୁ ଅଧିକ ଶବକୁ କାଟି ଏହି ଦୁଇଭାଇ ଖାଇଛନ୍ତି। ପୋଲିସ୍ ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜଣକା ୫୦ ହଜାର ଲେଖାଏଁ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଦୁଇଭାଇ ମାନସିକ ରୋଗରେ ପୀଡିତ ହୋଇ ଚିକିତ୍ସା ହେଉଛନ୍ତି।

Leave a Reply

Your email address will not be published. Required fields are marked *