Wed. Jan 29th, 2020

ଟ୍ରାଫିକ ନିୟମ ଉଲଂଘନ କରିଥିବା ନାବାଳକକୁ ୨୬ ହଜାର ଜରିମାନା

ଭୁବନେଶ୍ଵର : ଟ୍ରାଫିକ ନିୟମ ଉଲଂଘନ କରିଥିବାରୁ ଜଣେ ନାବାଳକଙ୍କୁ ୨୬ ହଜାର ଟଙ୍କା ଜରିମାନା ହୋଇଛି। କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳର ଏହି ନାବାଳକ ବିନା ଲାଇସେନ୍‌ସରେ ହେଲମେଟ୍‌ ନପିନ୍ଧି ସ୍କୁଟି ଚଳାଉଥିଲେ। ପରିବହନ ବିଭାଗର ଅଧିକାରୀମାନେ ଗାଡ଼ି ଯାଞ୍ଚ କରୁଥିବା ବେଳେ ୧୫ ବର୍ଷିଅ ସାଗର ପରିଡ଼ା ବାରଙ୍ଗ ଥାନା ଛକ ନିକଟରେ ଧରାପଡ଼ିଥିଲେ। କଟକ ଆରଟିଓଙ୍କ ପକ୍ଷରୁ ତାଙ୍କୁ ଜରିମାନା କରାଯାଇଛି।

ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ବାରଙ୍ଗା ଥାନାର ଗୋଠପୁର ଗ୍ରାମ ମଙ୍ଗରାଜ ପରିଡ଼ାଙ୍କ ପୁଅ ସାଗର ପରିଡ଼ା ଜଣେ ପଡୋଶୀଙ୍କୁ ସ୍କୁଟିରେ ଛକ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇଥଲେ। ସେ ପଡ଼ୋଶୀଙ୍କ ଆକ୍ଟିଭା ସ୍କୁଟି (ଓଡି ୦୫ ଜେ-୧୫୧୨) ନେଇ ଯାଉଥିବା ସମୟରେ ‌ପରିବହନ ବିଭାଗର ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ସାଗରକୁ ବିନା ଲାଇସେନ୍‌ସରେ ବାଇକ୍‌ ଚଳାଇବା ଯୋଗୁଁ ୨୫ ହଜାର ଟଙ୍କା ଓ ହେଲମେଟ୍‌ ପିନ୍ଧିନଥିବାରୁ ୧ ହଜାର, ଏହିପରି ମୋଟ ୨୬ ହଜାର ଟଙ୍କା ଜରିମାନା କରାଯାଇଛି। ଏଥିସହ ତାଙ୍କ ନାମରେ ମା‌ମଲା ରୁଜୁ କରାଯାଇଛି। ଯାହା ଫଳରେ ତାଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ।

Leave a Reply

Your email address will not be published. Required fields are marked *