Wed. Jan 29th, 2020

ଇ-କମର୍ସ ପୋର୍ଟାଲରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ ଓଟିପି ଆବଶ୍ୟକ ପଡିବନି

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଇ-କମର୍ସକୁ ଅଧିକ ଲୋକପ୍ରିୟ କରାଇବା ଲକ୍ଷ୍ୟରେ ପ୍ରଚଳିତ ନିୟମରେ କିଛିଟା ପରିବର୍ତ୍ତନ ପାଇଁ ପ୍ରୟାସ କରିଛି। ଏହି କ୍ରମରେ ଏଣିକି ଇ-କମର୍ସ ପୋର୍ଟାଲ ସାଇଟ୍‌ରୁ ଜିନିଷ କ୍ରୟ କାଳରେ ୨୦୦୦ ଟଙ୍କା ପର୍ଯ୍ୟନ୍ତର ଦେୟ ପ୍ରଦାନ ନିମନ୍ତେ ଗ୍ରାହକମାନଙ୍କ ନିକଟକୁ ଓଟିପି (ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ) ଆସବ ନାହିଁ। ବିନା ଓଟିପିରେ ଦେୟ ପ୍ରଦାନ ହୋଇଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଉଛି। ଏହି ବ୍ୟବସ୍ଥାରେ ଦେୟ ପ୍ରଦାନ ଅଧିକ ସୁବିଧା, ସହଜ ଓ ଶୀଘ୍ର ହୋଇପାରିବ। ଆରବିଆଇର ଏହି ଘୋଷଣା ପରେ ପରେ ଫ୍ଲିପ୍‌କାର୍ଟ ପରି ଇ-କମର୍ସ ପୋର୍ଟାଲମାନେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *