Wed. Jan 29th, 2020

ଭିଣୋଇଙ୍କ ସହ ଅବୈଧ ସମ୍ପର୍କ, ଭାବି ସ୍ଵାମୀ ଦେଖାଇଲେ ସେକ୍ସ ଭିଡିଓ

ନୂଆଦିଲ୍ଲୀ : ପ୍ରେମରେ ଧୋକାର ପ୍ରତିଶୋଧ ନେବାପାଇଁ ଜଣେ ଯୁବକ ସେକ୍ସ ଭିଡିଓ ଦେଖାଇଥିବା ଚୀନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ଚୀନର ଏହି ପ୍ରେମୀ ଯୁଗଳ ୨ ବର୍ଷ ରିଲେସନସିପରେ ରହିବା ପରେ ୬ ମାସ ପୂର୍ବରୁ ଦୁହିଁଙ୍କର ବିବାହ ପାଇଁ ହୋଇଥିଲା ଆୟୋଜନ। ବିବାହ ପାଇଁ ପରିବାର ଓ ବନ୍ଧୁବାନ୍ଧବ କରିଥିଲେ ସ୍ଵତନ୍ତ୍ର ବ୍ୟବସ୍ଥା।

ବିବାହ ଦିନ ଏକ ବଡ ହଲରେ କିଛି ଇଣ୍ଟେ୍ରାଡ୍ରକ୍ସନ୍ ଭିଡିଓ ଦେଖାଯାଇଥିଲା। ଗୋଟିଏ ଭିଡିଓ ଚାଲିବା ପରେ କୁହାଯାଇଥିଲା ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖାଇବାକୁ ଯାଉଛୁ କିଭଳି ଏହି ପ୍ରେମୀ ଯୁଗଳ ପରସ୍ପରର ଏତେ ନିକଟତର ହେଲେ। କିନ୍ତୁ ଭିଡିଓ ସ୍କ୍ରିନରେ ଯାହା ଦେଖିବାକୁ ମିଳିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାଥିଲା ଏକ ସେକ୍ସ ଭିଡିଓ। ଯେଉଁଥିରେ ବିବାହ କରିବାକୁ ଯାଉଥିବା ଯୁବତୀ ଓ ତାଙ୍କ ଭିଣୋଇଙ୍କ ଭିତରେ ସେକ୍ସ କରୁଥିବା ସମୟର ଦୃଶ୍ୟ ରହିଥିଲା। ଏହି ଭିଡିଓ ଦେଖିବା ପରେ ବିବାହ କରିବାକୁ ଯାଉଥିବା ଯୁବତୀଙ୍କର ପାଦ ତଳୁ ଯେପରି ମାଟି ଖସିଯାଇଥିଲା। ବିବାହ କରିବାକୁ ଆସିଥିବା ପୁଅଟି ରାଗରେ ତାକୁ କହିଥିଲେ, ତୁମକୁ କ’ଣ ଲାଗିଲା ମୋତେ କିଛି ଜଣାପଡିବନି। ଆଉ ଯୁବତୀଙ୍କ ଉପରକୁ ଫୁଲତୋଡା ଫୋପାଡି ପଳାଇଯାଇଥିଲା।

ଚୀନର ଗଣମାଧ୍ୟର ଖବର ଅନୁଯାୟୀ ବିବାହ ପୂର୍ବରୁ ଯୁବକ ଜଣକ ଜାଣିପାରିଥିଲେ ତାଙ୍କ ସହ ବିବାହ କରିବାକୁ ଯାଉଥିବା ଯୁବତୀର ଭିଣୋଇ ସହିତ ଅବୈଧ ସମ୍ପର୍କ ରହିଛି। ତେଣୁ ବିବାହ ପରେ ଯେଉଁ ନୂଆ ଘରକୁ ଯାଇଥାନ୍ତେ ସେଠାରେ ସେ ଏକ ସିକ୍ରେଟ କ୍ୟାମେରା ଲଗାଇଥିଲେ। ଘରର ଚାବି ଦୁହିଁଙ୍କ ପାଖରେ ଥିଲା। ନୂଆ ଘରକୁ ଯୁବତୀ ଜଣକ ଭିଣୋଇଙ୍କ ସହିତ ଅଧିକାଂଶ ସମୟ ଯାଉଥିଲେ। ଘର ଭିତରେ ଲାଗିଥିବା ସିକ୍ରେଟ କ୍ୟାମେରାରୁ ଫୁଟେଜ୍ ଯେତେବେଳେ ଯୁବକ ଜଣକ ବାହାର କରିଥିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କର ଭାବି ପତ୍ନୀ ନିଜର ଭିଣୋଇଙ୍କ ସହ ସେକ୍ସ କରୁଥିବାର ଏହି ଫୁଟେଜରେ ଦେଖିଥିଲେ। ତେଣୁ ବିବାହ ଦିନ ଭାବି ପତ୍ନୀଙ୍କର ଅସଲ ମୁଖା ଖୋଲିବା ପାଇଁ ଯୋଜନା କରିଥିଲେ। ଯୁବତୀ ଓ ତାଙ୍କ ଭିଣୋଇଙ୍କର ସେକ୍ସ ଭିଡିଓକୁ ସମସ୍ତଙ୍କ ସାମନାରେ ଦେଖାଇବା ସହିତ ଇଣ୍ଟରନେଟରେ ଭାଇରାଲ କରିଦେଇଥିଲେ। ନିର୍ବନ୍ଧ ଭାଙ୍ଗି ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଅନ୍ୟପକ୍ଷରେ ଯୁବତୀଜଣକ ଦାବି କରିଛନ୍ତି ତାଙ୍କର ସବୁ ସେକ୍ସ ଭିଡିଓ ସୋସିଆଲ ମିଡିଆରୁ ହଟାଇ ଦିଆଯାଉ।

Leave a Reply

Your email address will not be published. Required fields are marked *