Wed. Feb 26th, 2020

ଅଶ୍ଳୀଳ ଭିଡିଓରେ ସବଟାଇଟଲ୍ ନଆସିବାରୁ ଓ୍ୱେବସାଇଟ୍ ବିରୋଧରେ କେସ୍ କଲେ ଯୁବକ

ନୂଆଦିଲ୍ଲୀ : ଜଣେ ଯୁବକ ପର୍ଣ୍ଣ ଓ୍ୱେବସାଇଟ ବିରୋଧରେ କେସ୍ କରିଛନ୍ତି। ତେବେ ଏହି କେସ ପଛରେ ଏକ ରୋଚକକର କାରଣ ରହିଛି। ଏପିରିକି ଓ୍ୱେବସାଇଟ୍ ତାଙ୍କ ବିରୋଧରେ ପକ୍ଷପାତିତା କରିଥିବା ସେ ଅଭିଯୋଗ କରିଛନ୍ତି।

ଏହି ମାମଲା ନ୍ୟୁୟର୍କର ଅଟେ। ଡେଲି ମେଲର ରିପୋର୍ଟ ଅନୁସାରେ, ୟାରୋସ୍ଲାବ୍ ସୁରିଜ୍ ନାମକ ଜଣେ ମୁକ ଓ ବଧିର ଯୁବକ ତିନୋଟି ପର୍ଣ୍ଣ ଓ୍ୱେବସାଇଟ୍ ବିରୋଧରେ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଓ୍ୱେବସାଇଟ୍ ତାଙ୍କ ସହ ଭେଦଭାବ କରିଛି। ବିନା ସବଟାଇଟଲରେ ସେ କିଛି ବୁଝିପାରୁ ନାହାଁନ୍ତି। ଏପରିକି ଏହାର ମଜା ମଧ୍ୟ ଉଠାଇ ପାରୁନାହାଁନ୍ତି। ଏହାସହ ସବଟାଇଟଲ୍ ଦେବାକୁ ସାଇଟ୍ ନିକଟରେ ଦାବି କରିଛନ୍ତି।

ଏହାପରେ ଓ୍ୱେବସାଇଟ୍ ମୁଖ୍ୟଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଓ୍ୱେବସାଇଟରେ ସବଟାଇଟଲ୍ ଅପସନ୍ ରହିଛି। ସେ ତାଙ୍କୁ ଲିଙ୍କ୍ ମଧ୍ୟ ଦେଇଛନ୍ତି।

ରିପୋର୍ଟ ଅନୁସାରେ, ସୁରିଜ୍ ଆମେରିକାନସ୍ ଓ୍ୱିଥ୍ ଡିସାବିଲିଟି ଆକ୍ଟ୍ ଅନୁସାରେ ମୋଦଦ୍ଦମା କରିଛନ୍ତି। ଓ୍ୱେବସାଇଟ୍ ଏହି ନିୟମର ଉଲଙ୍ଘନ କରିଥିବା ସେ କହିଛନ୍ତି।  

Leave a Reply

Your email address will not be published. Required fields are marked *