Wed. Feb 19th, 2020

ତେଲୁଗୁ ଅଭିନେତା କହିଲେ ପିଲାଦିନେ ଦୁଷ୍କର୍ମର ଶିକାର ହୋଇଥିଲି

ମୁମ୍ବାଇ: ପିଲାଦିନେ ଦୁଷ୍କର୍ମର ଶିକାର ହୋଇଥିଲି। ସାମାଜିକ ଗଣମାଧ୍ୟମରେ ତେଲୁଗୁ ଅଭିନେତା ଅଜୁର୍ନ ରେଡ୍ଡି ଏହି ତଥ୍ୟର ଖୁଲାସା କରିଛନ୍ତି। ଜାନୁଆରି ୨୦ ତାରିଖରେ ସିରିଜ୍‌ ଟ୍ବିଟ୍‌ କରି ସେ ଏ ସଂପର୍କରେ କହିଥିବା ବେଳେ ପ୍ରଶଂସକମାନେ ତାଙ୍କୁ ଖୁବ୍‌ ସମର୍ଥନ ଦେଇଛନ୍ତି।

ଟ୍ବିଟ୍‌ରରେ ସେ ପୋଷ୍ଟ୍‌ କରିଛନ୍ତି ‘ମୁଁ ପିଲାଦିନେ ଦୁଷ୍କର୍ମର ଶିକାର ହୋଇଥିଲି। ମୋତେ ଜଣାନାହିଁ ଯେ ମୋ ଦୁଃଖ ବିଷୟରେ ଆଉ କ’ଣ କହିପାରିବି। କାହିଁକି ନା, ମୁଁ ମୋ ବିଷୟରେ ଯେତେବେଳେ ଜାଣିବାକୁ ଚିନ୍ତା କରେ ତାହା ମୋତେ କଷ୍ଟ ଦିଏ।’ କିନ୍ତୁ ପୋ‌ଷ୍ଟ୍‌ରେ ସେ ଦୁଷ୍କର୍ମକାରୀର ନାମ ଲେଖିନାହାନ୍ତି। ଅନ୍ୟ ଏକ ଟ୍ବିଟ୍‌ କରି ଅଜୁର୍ନ ଲେଖିଛନ୍ତି ସେ ନ୍ୟାୟ ଚାହୁଁନାହାନ୍ତି ବାସ୍‌ କ୍ଷଣିକ ଶାନ୍ତି ପାଇଁ ଏପରି ଲେଖିଛନ୍ତି। ଆହୁରି ବି ଲେଖିଛନ୍ତି ନିିଜର ଲୋକଙ୍କୁ ଭଲ କରି ଗଢ଼ି ତୋଳନ୍ତୁ, ବାହାଦୁର୍‌ କରି ଗଢ଼ି ତୋଳନ୍ତୁ।

ଅର୍ଜୁନଙ୍କୁ ତାଙ୍କ ପ୍ରଶଂସକଙ୍କ ବ୍ୟତୀତ ଅନ୍ୟ ସେଲିବ୍ରେଟି ବି ସମର୍ଥନ କରିଛନ୍ତି। ଟ୍ବିଟ୍‌ରରେ ସେ ତାଙ୍କ ସମର୍ଥକମାନଙ୍କୁ ହୃଦୟର ସହ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଥିବା ମର୍ମାନୁବାଦ ହେଉଛି ଜବରଦସ୍ତ ସମର୍ଥନ ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ୍‌। ଆପଣମାନଙ୍କ ସମର୍ଥନର ଶବ୍ଦ ମୋ ପାଇଁ ଅନ୍ୟ ସବୁଠାରୁ ବଳି ଅଧିକ ଆନନ୍ଦଦାୟକ।

Leave a Reply

Your email address will not be published. Required fields are marked *