Wed. Feb 26th, 2020

ଝିଅ ସହିତ ସମ୍ପର୍କ ପାଇଁ ପୁତୁରାକୁ ହତ୍ୟା କଲା ଦାଦା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଝିଅ ସହିତ ଅସଂଯତ ଅବସ୍ଥାରେ ଦେଖି ପୁତୁରାକୁ ହତ୍ୟା କରିଛନ୍ତି ଦାଦା ଓ ଦାଦା ପୁଅ। ମଙ୍ଗଳବାର ରାତିରେ ନିଖୋଜ ପୁତୁରାର ମୃତଦେହ ଗୁରୁବାର ଗାଁ’ର ଏକ କ୍ଷେତରୁ ମିଳିଥିବା ବେଳେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଟ୍ରକରେ କ୍ଲିନର ପୁତୁରା ନିଜ ଦାଦା ଝିଅ ସହିତ ସମ୍ପର୍କ ରଖିଥିଲା। ମଙ୍ଗଳବାର ସେ ଘରକୁ ଆସିଥିଲେ ହେଁ ବିଳମ୍ବିତ ରାତିରେ ଅଚାନକ ଗାଏବ ହୋଇଯାଇଥିଲା। ଗୁରୁବାର ବିଧନୁ ଥାନାରେ ପୁଅ ନିଖୋଜ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। କିଛି ସମୟ ପରେ ଗାଁରେ ଏକ କ୍ଷେତରୁ ମିଳିଥିଲା ମୃତଦେହ। ପୋଲିସ ଶବବ୍ୟବଚ୍ଛେଦ ପାଇଁ ପଠାଇ ଯୁବକର ଦାଦା ଓ ତାଙ୍କ ପୁଅକୁ ଅଟକ ରଖିଥିଲା। ପଚରାଉଚରା ପରେ ଉଭୟ ହତ୍ୟା କରିଥିବା ମାନିଥିଲେ।

Leave a Reply

Your email address will not be published. Required fields are marked *