Wed. Feb 26th, 2020

ସୁନା ଦର କମିଲା

ନୂଆଦିଲ୍ଲୀ : ସୁନାଦର ୧୨ଶହ ଟଙ୍କା କମିଛି। ଗତ ମାସରେ ପ୍ରତି ୧୦ ଗ୍ରାମର ମୂଲ୍ୟ ୪୧ ହଜାର ଟଙ୍କା ଟପିଥିଲା। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାଦର ରହିଛି ପ୍ରତି ୧୦ ଗ୍ରାମ ପିଛା ୩୯,୯୩୦ ଟଙ୍କା। ରୂପାଦର ୦.୩ ପ୍ରତିଶତ ହ୍ରାସ ପାଇ କିଲୋ ୪୬,୧୦୨ ଟଙ୍କାରେ ପହଞ୍ଚିଛି। ଆଗକୁ ଦର ଆହୁରି କମିବ ବୋଲି ଆଶା କରାଯାଉଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ସୁନା ପ୍ରତି ଆଉନସ୍‌ ୧୫୫୮.୯୩ ଆମେରିକୀୟ ଡଲାର ଥିବା ବେଳେ ରୂପା ପ୍ରତି ଆଉନସ୍‌ ୧୭.୮୨ ଆମେରିକୀୟ ଡଲାର ରହିଛି।

Leave a Reply

Your email address will not be published. Required fields are marked *