Wed. Feb 26th, 2020

୨ଟି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଭାରତ ବିଶାଖାପାଟଣା ଉପକୂଳରେ ବୁଡା ଜାହାଜରୁ ଦ୍ୱିତୀୟଥର କେ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ୩ହଜାର ୫୦୦ କିଲୋମିଟର ଦୂରରେ ଲକ୍ଷଭେଦ କ୍ଷମତା ରଖୁଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଶୁକ୍ରବାର ସକାଳେ ପାଣି ତଳେ ନିର୍ମିତ ପ୍ଲାଟଫର୍ମରୁ ପରୀକ୍ଷା କରିଥିଲା। 

ଏହା ପୂର୍ବରୁ ଜାନୁୟାରୀ ୧୨ ତାରିଖ ଦିନ ନ୍ୟୁକ୍ଲିୟର କ୍ୟାପାବଲ କେ-୪ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ହୋଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ନୌସେନାର ଶକ୍ତିବୃଦ୍ଧିରେ ସହାୟକ ହେବା ସହ ଅରିହନ୍ତ ଶ୍ରେଣୀୟ ବୁଡାଜାହଜରେ ମୁତୟନ ହେବ। ତେବେ ଯୁଦ୍ଧପୋତରେ ମୁତୟନ ପୂର୍ବରୁ କ୍ଷପଣାସ୍ତ୍ରଗୁଡିକର ଆହୁରି ଅନେକ ପରୀକ୍ଷଣ  ହେବ ବୋଲି ଜଣାପଡିଛି। ଏହି ଶ୍ରେଣୀର କ୍ଷେପଣାସ୍ତ୍ର ଗୁଡିକ ୨୦୦ କେଜି ଓଜନର ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିପାରିବ। ଶତ୍ରୁପକ୍ଷ ରାଡାରରେ ଧରାପଡିବନି। ସବମେରିନରୁ ଶତ୍ରୁ ଉପରକୁ ଆକ୍ରମଣ କରିହେବ।

Leave a Reply

Your email address will not be published. Required fields are marked *