Wed. Feb 26th, 2020

କଣ୍ଡୋମ ବ୍ୟବହାର କରିବାକୁ କହିବାରୁ ଦେହଜୀବୀର ଗଳା କାଟିଲେ ଯୁବକ

ନୂଆଦିଲ୍ଲୀ : ବେଙ୍ଗାଲୁରୁ ଗାୟତ୍ରୀନଗରରେ ଦେହଜୀବୀଙ୍କୁ ଗଳା କାଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶାରୀରିକ ସଂପର୍କ ସମୟରେ କଣ୍ଡୋମ ବ୍ୟବହାର କରିବାକୁ କହିବାରୁ ଏପରି କରିଛି ଅଭିଯୁକ୍ତ। ପୋଲିସ ଏହି ଘଟଣାରେ ମୁକୁନ୍ଦ ଏଚଏଚଙ୍କୁ ଗିରଫ କରିଥିବା ବେଳେ ସେ ହତ୍ୟାର କାରଣ କହିଛି।

ପୋଲିସର ସୂଚନା ଆନୁଯାୟୀ ଜାନୁଆରି ୧୧ ତାରିଖ ଦିନ ଗୋଟାଏ ସମୟରେ ମୁକୁନ୍ଦ ବସକୁ ଅପେକ୍ଷା କରିଥିବା ବେଳେ ପୀଡ଼ିତାଙ୍କୁ ଭେଟିଥିଲେ। କିଛି ସମୟ କଥା ହେବା ପରେ ପୀଡ଼ିତା ମୁକୁନ୍ଦଙ୍କୁ ୨,୫୦୦ ଟଙ୍କାରେ ଶାରୀରିକ ସଂପର୍କ ରଖିବା ପାଇଁ ପ୍ରସ୍ତାବ ରଖିଥିଲେ। ଏଭଳି ପ୍ରସ୍ତାବରେ ଖୁସି ହୋଇ ମୁକୁନ୍ଦ ଅଢେଇ ହଜାର ପରିବର୍ତ୍ତେ ଦେଢହଜାର ଦେବାକୁ କହିବାରୁ ସେ ରାଜି ହୋଇଥିଲେ। ଦୁହେଁ ବସରେ ଯାଇ ବସ ଷ୍ଟାଣ୍ଡରୁ ଅଟୋରେ ଯୋଗେ ପୀଡ଼ିତାଙ୍କ ବାସଭବନ‌ରେ ପହଞ୍ଚିଥିଲେ। କିନ୍ତୁ ଶାରୀରିକ ସଂପର୍କ ସମୟରେ କଣ୍ଡୋମ ବ୍ୟବହାର କରିବାକୁ କହିଥିଲେ ପୀଡ଼ିତା। ମୁକୁନ୍ଦ ଏଥିରେ ରାଜି ନହୋଇ ଟଙ୍କା ଫେରାଇକୁ କହିଥିଲେ। ହେଲେ ପୀଡ଼ିତା ଟଙ୍କା ନ ଫେରାଇ ଲୋକଙ୍କୁ ଡ଼ାକିବାର ଧମକ ଦେବାରୁ ମୁକୁନ୍ଦ ପାଖରେ ରାଖିଥିବା ଛୁରି ବାହାର କରି ତା’ ପେଟରେ ଭୁଷି ଦେବାରୁ ପୀଡ଼ିତା ଚିତ୍କାର କରିଥିଲେ। ଧରା ପଡ଼ିଯିବା ଭୟରେ ମୁକୁନ୍ଦ ପୀଡ଼ିତାର ଗଳା କାଟି ସେଠାରୁ ଦୁଇଟି ଫୋନ ଓ ସୁନା ଚେନ୍ ଧରି ଫେରାର ହୋଇଯାଇଥିଲେ।

ପୀଡ଼ିତାଙ୍କ ପୁଅ ଘଟଣାର କିଛି ସମୟ ପରେ ଘରକୁ ଫେରି ମା’କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କ ଫୋନର ଲୋକେସନ ଚେକ୍ କରିବାରୁ ଫୋନଟି ମଜେଷ୍ଟିକ୍ ବସ ଷ୍ଟାଣ୍ଡ ପାଖରେ ଥିବା ଜାଣିପାରି ମୁକୁନ୍ଦକୁ ଗିରଫ କରିବାରେ ସଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *