Wed. Feb 19th, 2020

ବିମାନବନ୍ଦର ଛାତ ଭୁଷୁଡିବା ଘଟଣାରେ ଠିକାଦାର ଦିଲ୍ଲୀପ ଖଟେଇ ଅଟକ

ଭୁବନେଶ୍ଵର : ବିଜୁ ପଟ୍ଟନାୟକ ବିମାନବନ୍ଦରର ଛାତ ଭୁଶୁଡିବା ଘଟଣାରେ ନିର୍ମାଣକାରୀ ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକସନର ମୁଖ୍ୟ ଦିଲ୍ଲୀପ ଖଟେଇଙ୍କୁ ପୋଲିସ ଅଟକି ରଖି ପଚରାଉଚରା କରୁଥିବା ଜଣାପଡିଛି । ପ୍ରାୟ ୮୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲା । ଟର୍ମିନାଲ ୧ ଓ ଟର୍ମିନାଲ ୨କୁ ସଂଯୋଗ କରିବାକୁ ନିର୍ମାଣ ହେଉଥିଲା ଏକ ଛାତ। ଶୁକ୍ରବାର ରାତିରେ ନିର୍ମାଣ କାମ ଚାଲିଥିବା ବେଳେ ଛତଟି ଭୁଷୁଡି ପଡିବାରୁ ଭଗ୍ନାବଶେଷ ତଳେ ଚାପି ହୋଇ ଜେନ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାମ ଅନ୍ତର୍ଯ୍ୟାମୀ ଗୁରୁ। ତାଙ୍କ ଘର ବଡମ୍ୱା ଅଂଚଳରେ ବୋଲି ସୂଚନା ମିଳିଛି। ଆଉ ଜଣେ ଅଳ୍ପକେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କ ନାମ ନବକିଶୋର ସ୍ୱାଇଁ। ଘର ଢେଙ୍କାନାଳ ଅଂଚଳରେ ବୋଲି ଜଣାପଡିଛି। ଗତକାଲି ଦୁର୍ଘଟଣା ଖବର ପାଇ ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲା।

Leave a Reply

Your email address will not be published. Required fields are marked *