Wed. Feb 19th, 2020

ଶାଳୀ ଉପରେ ଏସିଡ୍ ପକାଇ ଭିଣୋଇ ଗିରଫ

ନୂଆଦିଲ୍ଲୀ : ମାଙ୍ଗାଲୁର ଦକ୍ଷିଣ କନ୍ନଡ଼ ଜିଲ୍ଲା କଡ଼ାବାରେ ଜଣେ ବ୍ୟକ୍ତି ନିଜ ଶାଳୀ ଉପରକୁ ଏସିଡ୍ ମାଡ଼ କରିଛନ୍ତି। ଏହି ଆକ୍ରମଣରେ ମହିଳାଙ୍କ ଦେହ ଜଳି ଯାଇଥିବା ବେଳେ ତାଙ୍କୁ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ପୀଡ଼ିତାଙ୍କ ତିନି ବର୍ଷର ଝିଅ ମଧ୍ୟ ଏସିଡ୍ ମାଡ଼ରେ ପ୍ରଭାବିତ ହୋଇଥିବା ଜଣାପଡିଛି। ଏନେଇ କଡାବା ଥାନାରେ ମାମଲା ରୁଜୁ ହେବାରୁ ପୋଲିସ ଅଭିଯୁକ୍ତ ଜୟାନନ୍ଦ କୋଟ୍ଟାରୀକୁ ଗିରଫ କରିଛି। ମିଳିଥିବା ସୂଚନାନୁସାରେ ଟଙ୍କାକୁ ନେଇ ଶାଳୀ ଓ ଭିଣୋଇ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ଭିଣୋଇ ରାଗିଯାଇ ଶାଳୀଙ୍କ ଉପରେ ଏସିଡ୍ ମାଡ଼ କରିଥିଲା।

Leave a Reply

Your email address will not be published. Required fields are marked *