Wed. Feb 19th, 2020

୪୫୦ଟି ନୂଆ ଆର୍‌ଆଇ ସର୍କଲ ଖୋଲିବ

ଭୁବନେଶ୍ୱର : ରାଜ୍ୟରେ ଆଉ ୪୫୦ ନୂଆ ଆର୍‌ଆଇ ସର୍କଲ ଖୋଲିବ। ଆର୍‌ଆଇ ସର୍କଲ ବଢିଲେ ଜମିଜମା ରେକର୍ଡ ତଦାରଖ ସହିତ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଫସଲ ଓ କ୍ଷୟକ୍ଷତି ଆକଳନ କରିବାରେ ବିଳମ୍ବ ହେବନାହିଁ।ସେଥିପାଇଁ ସବୁ ଜିଲ୍ଲାପାଳଙ୍କୁ ତହସିଲ୍‌ ଓ୍ୱାଇଜ୍‌ ରିପୋର୍ଟ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଏବେ ୨,୨୭୯ଟି ଆର୍‌ଆଇ ସର୍କଲ ରହିଛି। ଗ୍ରାମାଞ୍ଚଳରେ ୩ଟି ପଞ୍ଚାୟତ ପାଇଁ ଗୋଟିଏ ଆର୍‌ଆଇ ସର୍କଲ ଓ ସହରାଞ୍ଚଳରେ ୩ଟି ଓ୍ୱାର୍ଡ ପାଇଁ ଗୋଟିଏ ସର୍କଲ୍‌ କରିବାକୁ ରାଜସ୍ୱ ବିଭାଗ ପ୍ରସ୍ତାବ ଦେଇଛି। ସେହି ଅନୁଯାୟୀ ବାଲେଶ୍ୱର ଜିଲ୍ଲାରେ ସବୁଠୁ ଅଧିକ ୪୫ ଆର୍‌ଆଇ ସର୍କଲ ଖୋଲିବ। ସେହିପରି କଟକରେ ୪୩, ଅନୁଗୋଳ ୨୦ଟି, ବରଗଡ଼ ୨୦ଟି, ଭଦ୍ରକ ୩ଟି, ବଲାଙ୍ଗିରି ୧୯ଟି, ବୌଦ୍ଧ ୩ଟି ଓ ଦେବଗଡ଼ରେ ୪ଟି ସର୍କଲ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ଏହାଛଡା ଢେଙ୍କାନାଳରେ ୨୧ଟି ସର୍କଲ ଗଜପତିରେ ୧୩ଟି, ଗଞ୍ଜାମ ୨୦ଟି, ଜଗତସିଂହପୁର ୧ଟି, ଯାଜପୁରର ୩୨ଟି, ଝାରସୁଗୁଡ଼ା ୫ଟି, କଳାହାଣ୍ଡିରେ ୨୫ଟି, କନ୍ଧମାଳରେ ୭ଟି, କେନ୍ଦ୍ରାପଡ଼ା ୧୩ଟି, କେନ୍ଦୁଝର ୨୨ଟି, ଖୋର୍ଦ୍ଧା ୨୬ଟି, କୋରାପୁଟରେ ୧୧ଟି, ମାଲକାନଗିରିରି ୫ଟି, ମୟୂରଭଞ୍ଜ ୯ଟି, ନବରଙ୍ଗପୁର ୧୨ଟି, ନୟାଗଡ଼ ୧୭ଟି, ନୂଆପଡ଼ା ୧୨ଟି, ପୁରୀ ୧୪ଟି, ରାୟଗଡ଼ା ୨ଟି, ସମ୍ୱଲପୁର ୧୦ଟି, ସୁବର୍ଣ୍ଣପୁର ୨ଟି ଓ ସୁନ୍ଦରଗଡ଼ ୧୪ଟି ଆର୍‌ଆଇ ସର୍କଲ ଖୋଲାଯିବ।

Leave a Reply

Your email address will not be published. Required fields are marked *