Wed. Feb 19th, 2020

ଓଡିଶାର ରାଧାମୋହନ ଓ ସାବରମତିଙ୍କୁ ପଦ୍ମଶ୍ରୀ, ମନୋଜ ଦାସ ପାଇବେ ପଦ୍ମଭୁଷଣ

ନୂଆଦିଲ୍ଲୀ :  ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଆଯାଉଥିବା ପଦ୍ମଶ୍ରୀ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ଥର ୨୧ ଜଣଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଓଡିଶାରୁ ପ୍ରଫେସର ରାଧାମୋହନ ଓ ସାବରମତି ପଦ୍ମଶ୍ରୀ ଓ ଲେଖକ ମନୋଜ ଦାସ ପଦ୍ମଭୁଷଣ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସୂଚନା ଆନୁଯାୟୀ ଲଙ୍ଗର ବାବା, ଜଗଦୀଶ ଲାଲ ଆହୁଜା, ସାମାଜିକ କର୍ମୀ ଜାଭେଦ ଅହମ୍ମଦ ଟେକ, ସତ୍ୟ ନାରାୟଣ ମୁନଡପୁର, ଏମ ରାମକୃଷ୍ଣ, ଯୋଗୀ ଆରୋନଙ୍କ ନାମ ପଦ୍ମଶ୍ରୀ ତାଲିକାରେ ରହିଛି। ସେହିପରି ୧୯୮୪ ଭୋପାଳ ଗ୍ୟାସ ଦୁର୍ଘଟଣାର ସାମାଜିକ କର୍ମୀ ଅବ୍ଦୁଲ ଜବାରଙ୍କୁ ମଧ୍ୟ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଅନ୍ୟମାନଙ୍କ ମଧ୍ୟରେ ତୁଳସୀ ଗୌଡା, ଉଷା ଚୌମାର, ପୋପଟରାଓ ପାଓ୍ୱାର, ହରେକଲା ହଜଓ୍ୱା, ଅରୁଣଦୋୟ ମଣ୍ଡେଲ, ରାଧାମୋହନ ଓ ସାବରମତି, କୁଶଳ କୋନଓ୍ୱାର, ତ୍ରିନେତୀ ଶୋଭା, ରବିକନ୍ନନ, ସୁନ୍ଦରମ ବର୍ମା, ମୁନ୍ନା ମାଷ୍ଟର, ରୋହିବାଇ ସୋମା ପାପେରା, ହିମନ୍ତ ରାମ ଭାମ୍ଭୁ, ମୋଇଝିକଲ ପଙ୍କଜାକ୍ଷୀଙ୍କ ନାମ ପଦ୍ମଶ୍ରୀ ସମ୍ମାନ ପାଇବା ତାଲିକାରେ ରହିଛି। ପ୍ରଫେସର ରାଧାମୋହନ ଓ ସାବରମତି ହେଉଛନ୍ତି ଓଡିଶାର। ଦୁହେଁ ନୟାଗଡ ଜିଲ୍ଲାର ବାସିନ୍ଦା। ଜୈବିକ କୃଷିରେ ଉଭୟଙ୍କର ଅବଦାନ ଗୁରୁତ୍ନପୂର୍ଣ୍ଣ। ଉଭୟ ସମ୍ପର୍କରେ ବାପା ଓ ଝିଅ।

ସେହିପରି ୭ ଜଣଙ୍କୁ ଦେଶର ୨ୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ସେମାନେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ,ସୁଷମା ସ୍ୱରାଜ ଓ ଅରୁଣ ଜେଟଲି (ମରଣୋତ୍ତର), କ୍ରୀଡ଼ାବିତ ଏମସି ମେରିକମ, ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୁଦ୍ଧ ଜଗନ୍ନାଥ, କଳା ପାଇଁ ଚିନ୍ନୁଲାଲ ମିଶ୍ର, ଆଧ୍ୟାତ୍ମିକ ଗୁରୁ ବିଶ୍ୱେସ ତୀର୍ଥ ସ୍ୱାମୀଜୀ।

ପଦ୍ମଭୁଷଣ ପୁରସ୍କାର ପାଇବେ ଏମ.ମୁମତାଜ ଅଲ୍ଲୀ (ଆଧ୍ୟାତ୍ମକତା), ସୟଦ ମୁଆଜିମ ଅଲ୍ଲୀ, ମୁଜାଫର ହୁସେନ ବେଗ୍‌, ଅଜୟ ଚକ୍ରବର୍ତ୍ତୀ, ଓଡ଼ିଆ ଲେଖକ ମନୋଜ ଦାସ, ବାଳକୃଷ୍ଣ ଦୋଶି, କ୍ରିଷ୍ଣାମାଲ ଜଗନ୍ନାଥନ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ.ସି.ଜମିର, ଅନୀଲ ପ୍ରକାଶ ଜୋଷୀ, ଡ.ସେରିଂ ଲାଣ୍ଡୋଲ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା, ନୀଳକଣ୍ଠ ରାମକ୍ରିଷ୍ଣ ମେନନ, ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପରିକର, ପ୍ରଫେସର ଜଗଦୀଶ ସେଠ, ପି.ଭି.ସିନ୍ଧୁ, ଶିଳ୍ପପତି ବେନୁ ଶ୍ରୀନିବାସନ।

Leave a Reply

Your email address will not be published. Required fields are marked *