Wed. Feb 19th, 2020

ନାବାଳିକାଙ୍କୁ ନିର୍ଯାତନା: ମହିଳା କନେଷ୍ଟବଳ ଗିରଫ

ଭୁବନେଶ୍ଵର : ଦଳିତ ନାବାଳିକାକୁ ନିର୍ଯାତନା ଘଟଣାରେ ପୋଲିସ ଦମ୍ପତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଧର୍ମଶାଳା ଥାନାର ମହିଳା କନେଷ୍ଟବଳ ରଞ୍ଜିତା ସାମଲ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ତାଙ୍କ ସ୍ଵାମୀ କନେଷ୍ଟବଳ ସନ୍ତୋଷ ବାରିକଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଦମ୍ପତିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ବୋଲି ଏସପି ଚରଣ ସିଂ ମୀନା ପ୍ରକାଶ କରିଛନ୍ତି।

ଖବର ଅନୁଯାୟୀ ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ଅଞ୍ଚଳର ଦଳିତ ନାବାଳିକା ଅପହରଣ ଓ ନିର୍ଯାତନା ଘଟଣାରେ ଧର୍ମଶାଳା ଥାନାରେ କାର୍ଯ୍ୟରତ କନେଷ୍ଟବଳ ଦମ୍ପତି ରଞ୍ଜିତା ସାମଲ ଓ ସନ୍ତୋଷ ବାରିକଙ୍କ ସହିତ ମୋଟ ୯ଜଣ ଗିରଫ ହୋଇଛନ୍ତି। କନେଷ୍ଟବଳ ରଞ୍ଜିତା ଓ ସନ୍ତୋଷ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟନାରାୟଣ ସାମଲ(ପିଣ୍ଟୁ)ର ଉଭଣୀ ଓ ଭିଣୋଇ। ଘଟଣାରେ ପୋଲିସି ଲିଙ୍କ ନେଇ ବିରୋଧିଦଳ ବିଜେପି ଓ କଂଗ୍ରେସ ଆନ୍ଦୋଳନ ପାଇଁ ଚେତାବନୀ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *