Sun. Feb 23rd, 2020

ଶିମ୍ୱ ବଢାଏ ରୋଗ ପ୍ରତିରୋଧକ ଶକ୍ତି

ଶିମ୍ବ ଏକ ଶୀତଦିନିଆ ପରିବା। କିନ୍ତୁ ସମସ୍ତଙ୍କୁ ଜଣାନଥିବ ଏଥିରେ ରହିଛି ଅନେକ ଉପକାରୀ ଗୁଣ। ଶିମ୍ବରେ ଥିବା ପ୍ରୋଟିନ୍‌, ଭିଟାମିନ୍‌ ଓ ମିନେରାଲ୍ସ ଶରୀରର ଓଜନ ହ୍ରାସ କରିବା ସହିତ ପାର୍କିନସନ୍‌ ପରି ରୋଗକୁ ଭଲ କରିବାରେ ସହାୟକ ହୋଇଥାଏ। ଏହାଛଡା ଶିମ୍ୱ କୋଲେଷ୍ଟ୍ରଲ୍‌ର ସ୍ତର ନିୟନ୍ତ୍ରଣ କରିଥାଏ। ଆସନ୍ତୁ ଜାଣିବା ଶିମ୍ୱ ଖାଇଲେ ସ୍ୱାସ୍ଥ୍ୟକୁ କେଉଁସବୁ ଲାଭ ମିଳେ।

୧ . ଶିମ୍ୱ ନିୟମିତ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଏହି ପରିବା ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟକୁ ସକ୍ରିୟ କରିଥାଏ। ଯାହାଫଳରେ ସେଲ୍‌ରେ ଫ୍ରି ରାଡିକାଲ୍ସ୍‌ ହୋଇ ନଥାଏ।

୨ . ଶିମ୍ୱ ହାର୍ଟକୁ ସୁସ୍ଥ ରଖିବା ସହିତ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ୍‌ ଓ ପୋଟାସିୟମ୍‌ ରକ୍ତ ବାହିକାକୁ ଆରାମ ଦିଏ। ଏହାଦ୍ୱାରା ଉଚ୍ଚ ରକ୍ତଚାପ କମାଏ। ତେଣୁ ହୃଦରୋଗୀ ପ୍ରତିଦିନ ଶିମ୍ବ ଖାଇବା ଉଚିତ।

୩ . ଶିମ୍ୱରେ ରହିଥିବା ଭିଟାମିନ୍‌ ବି, ଫୋଲେଟ୍‌, କ୍ୟାଲସିୟମ୍‌, ଆଇରନ୍‌ ଓ ସେଲେନିୟମ୍‌ ହିମୋଗ୍ଲୋବିନ୍‌ ବୃଦ୍ଧି କରିଥାଏ। ଫାଇବର୍‌ ପାଚନ ତନ୍ତ୍ରକୁ ଠିକ୍‌ ରଖେ।

୪ . ଓଜନ କମ୍‌ କରିବା ପାଇଁ ପ୍ରତ୍ୟେକ ଦିନ ଶିମ୍ୱ ଖାଇବା ଦରକାର। ଗୋଟିଏ କପ୍‌ ଶିମ୍ୱରେ ୧୮୭ କିଲୋ କ୍ୟାଲୋରୀ, ୧୩ ଗ୍ରାମ୍‌ ପ୍ରୋଟିନ୍‌ ଓ ୯ ଗ୍ରାମ୍‌ ଫାଇବର୍‌ ରହିଛି। ଏଥିପାଇଁ ଶିମ୍ୱ ଖାଇଲେ ପେଟ ପୂରିଲା ଭଳି ଲାଗେ ଓ ଭୋକ କମ୍‌ ହୋଇଥାଏ।

୫ . ଗବେଷଣାରୁ ଜଣାପଡ଼ିଛି ଯେ ମ୍ୟାଗ୍ନେସିୟମ୍‌ର ଅଭାବରୁ ହାଡ଼ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ହାଡ଼କୁ ମଜବୁତ୍‌ ରଖିବା ଜରୁରୀ। କାରଣ ଶିମ୍ୱରେ ଥିବା ମ୍ୟାଗ୍ନେସିୟମ୍ ହାଡ଼କୁ ମଜବୁତ୍‌ କରିଥାଏ।

Leave a Reply

Your email address will not be published. Required fields are marked *