Wed. Feb 19th, 2020

ଅଭିନେତ୍ରୀ ହିନାଙ୍କ ଶାଢୀ ପିନ୍ଧା ଫଟୋ ଭାଇରାଲ ହେଉଛି

ମୁମ୍ବାଇ : ନିଜ ଷ୍ଟାଇଲ ଓ ଫ୍ୟାସନେବଲ୍‌ ଅନ୍ଦାଜ ପାଇଁ ଟେଲି ଅଭିନେତ୍ରୀ ହିନା ଖାନ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଇଣ୍ଡିଆନ୍‌ ୱେରରୁ ନେଇ ୱେର୍ଷ୍ଟନ୍‌ ୱେର ଯାଏଁ ସେ ସବୁଥିରେ ସୁନ୍ଦର ଲାଗନ୍ତି। ନିକଟରେ ହିନା ନିଜର କିଛି ହଟ୍‌ ଫଟୋ ଇନ୍‌ଷ୍ଟାରେ ସେୟାର କରିଛନ୍ତି। ଏହି ଫଟୋରେ ହିନା ଶାଢୀ ପିନ୍ଧିଥିବା ନଜର ଆସିଛି।

ଶାଢୀରେ ହିନାଙ୍କ କାତିଲାନା ଅନ୍ଦାଜକୁ ଦର୍ଶକ ପସନ୍ଦ କରିଥିବା ବେଳେ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାରେ ଲାଗିଛି। ହିନା ଆଜିକାଲି ନିଜ ଅପକମିଂ ଡେବ୍ୟୁ ଫିଲ୍ମ ହ୍ୟାକ୍ଡର ପ୍ରମୋସନ୍‌ ପାଇଁ ବ୍ୟସ୍ତ। ଫିଲ୍ମର ଟ୍ରେଲର କିଛିଦିନ ତଳେ ରିଲିଜ ହୋଇସାରିଛି। ଫେବୃଆରୀ ୭ ତାରିଖରେ ଫିଲ୍ମ ରିଲିଜ ହେବ। ହାକ୍ଡ ପରେ ହିନାଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇସାରିଛି। ଯେଉଁଥିରେ ସେ ଟେଲି ଅଭିନେତା କୁଶାଲ୍‌ ଟଣ୍ଡନ୍‌ଙ୍କ ସହ ଅଭିନୟ କରିବେ। ତେବେ ଏଯାଏଁ ଫିଲ୍ମର ନାଁ ବିଷୟରେ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ଅନ୍ୟପକ୍ଷରେ ଟେଲି ଅଭିନେତ୍ରୀ ହିନାଙ୍କୁ ବହୁ ପ୍ରତିକ୍ଷିତ ରିୟାଲିଟି ସୋ “ବିଗବସ୍‌-୧୧”ରୁ ପପୁଲାରିଟି ମିଳିଥିଲା। ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା “ୟେ ରିସ୍ତା କ୍ୟା କେହଲାତା ହୈ” ଧାରାବାହିକ ଦ୍ୱାରା ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଆଗାମୀ ଫିଲ୍ମରେ ହିନାଙ୍କ କରିସ୍ମା ଦର୍ଶକଙ୍କୁ ପସନ୍ଦ ହେଉଛି କି ନାହିଁ ରିଲିଜ ପରେ ଜଣାପଡିବ।

Leave a Reply

Your email address will not be published. Required fields are marked *