Wed. Feb 26th, 2020

ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ବାହାହେବେ ମହାରଥୀଙ୍କ ଝିଅ

ଭୁବନେଶ୍ୱର : ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କୁ ବାହାହେବେ ପିପିଲିର ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ଉଭୟଙ୍କର ନିର୍ବନ୍ଧ ସରିଥିବା ବେଳେ ବାକି ରହିଛି ବିହାଘର। କିନ୍ତୁ କେବେ ବିବାହ ହେବ କୌଣସି ସ୍ପଷ୍ଟ ସୂଚନା ମିଲିନି।

ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ ସରିଛି। ଅର୍ଦ୍ଧେନ୍ତୁ ଓ ପଲ୍ଲବୀଙ୍କ ନିର୍ବନ୍ଧରେ ଓଡ଼ିଆ ସିନେମାର ବହୁ ଜଣାଶୁଣା କଳାକାର ଯୋଗ ଦେଇଥିଲେ। ସମସ୍ତଙ୍କ ଉପସ୍ଥିତିରେ ପରସ୍ପରକୁ ମୁଦି ପିନ୍ଧାଇ ଥିଲେ ଅର୍ଦ୍ଧେନ୍ତୁ ଓ ପଲ୍ଲବୀ। ଏହି ସମୟରେ ଫଟୋକୁ ଫେସ୍‌ବୁକ ପେଜ୍‌ରେ ନିଜେ ପୋଷ୍ଟ କରିଛନ୍ତି ପଲ୍ଲବୀ। ଫଟୋଟି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଅର୍ଦ୍ଧେନ୍ଦୁ ‘ବ୍ଲାକ୍‌ମେଲ୍‌’ ଓ ‘ଟପୋରୀ’ ଫିଲ୍ମରେ ଲିଡ୍‌ ରୋଲ୍‌ କରିଥିଲେ। ‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ଅଭିନେତ୍ରୀ ତମନ୍ନାଙ୍କ ସହ ‘ହାଏ ତୋ ପ୍ରେମର ରଙ୍ଗୋଲି’ ଗୀତରେ ଅର୍ଦ୍ଧେନ୍ଦୁ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ନିକଟରେ ତାଙ୍କର ଫିଲ୍ମ ‘ମୁଁ ପରଦେଶୀ ଚଢ଼େଇ’ ରିଲିଜ୍ ହୋଇଛି। ଏଥିରେ ତାଙ୍କ ସହିତ ଓଲିଉଡ୍‌ର ଡ୍ୟାନ୍ସିଂ କୁଇନ୍ ଅନୁଭା ଅଛନ୍ତି।

Leave a Reply

Your email address will not be published. Required fields are marked *