Wed. Feb 19th, 2020

ସର୍ଜିଲ ବିରୋଧରେ ଦିଲ୍ଲୀ ପୋଲିସ ରୁଜ୍ଜୁକଲା ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ : ଭାରତ ବିରୋଧୀ ଭାଷଣ ଦେଇଥିବା ସର୍ଜିଲ ଇମାମ ବିରୁଦ୍ଧରେ ଦିଲ୍ଲୀ ପୋଲିସ ଦେଶଦ୍ରୋହ ମାମଲା ରୁଜ୍ଜୁ କରିଛି। ବିହାରରେ ଥିବା ସର୍ଜିଲର ଘରେ ଉପରେ ଦିଲ୍ଲୀ ଓ ବିହାର ପୋଲିସ ପକ୍ଷରୁ ମିଳିତ ଚଢଉ କରିଥିବା ବେଳେ ଦୁଇଜଣ ସଂପର୍କୀୟଙ୍କୁ ଅଟକ ରଖାଯାଇଛି।

ଜେଏନୟୁ ଛାତ୍ର ସର୍ଜିଲ ଇମାମ ସାହିନ ବାଗରେ ଏକ ଭାଷଣ ଦେଇ କହିଥିଲା ଆସାମକୁ ଭାରତକୁ ଅଲଗା କରିଦିଆଯାଇ ଏକ ଶିକ୍ଷା ଦେବା ଆବଶ୍ୟକ। କାରଣ ବଙ୍ଗଳା ମୁସଲିମ ଓ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ଏହି ଭାଷଣର ଭିଡ଼ିଓ ସୋସିଆଲ ମିଡିଆରେ ବୁଲିବା ପରେ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି। ଇତି ମଧ୍ୟରେ ସର୍ଜିଲର ଆଉ ଏକ ଉତ୍ତେଜକ ଭିଡ଼ିଓ ପ୍ରକାଶ ପାଇଛି। ଭିଡିଓଟି ଗତ ଡିସେମ୍ବରରେ ଆଲିଗଡ ମୁସଲିମ ବିଶ୍ୱ ବିଦ୍ୟାଳୟରେ ସେ ଦେଇଥିବା ଭାଷଣ ବୋଲି ଅନୁମାନ କରାଯାଉଛି। ଏଥିରେ ସେ କହୁଛି ମୁସଲିମମାନେ ରାସ୍ତାକୁ ଓହ୍ଲାଇ ରାସ୍ତାବନ୍ଦ କରିବା ସହ ଦେଶକୁ ଅଚଳ କରିଦେବା ଆବଶ୍ୟକ। ଏହି ଭିଡିଓକୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *