Wed. Feb 26th, 2020

ବିବାହିତା ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ

ନୂଆଦିଲ୍ଲୀ : ଜଣେ ବିବାହିତା ମହିଳାଙ୍କୁ ଜୋର ଜବରଦସ୍ତି ନେଇଯିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳିଦେଇଛି ପ୍ରେମିକ। ମହିଳାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କ ପାଞ୍ଚ ବର୍ଷର ଝିଅ ଆହତ ହୋଇଛି। ଏହି ଘଟଣା ଘଟାଇ ଅଭିଯୁକ୍ତ ଫେରାର୍ ହୋଇଯାଇଛି।

ଖବର ଅନୁଯାୟୀ ଉତ୍ତର ପ୍ରଦେଶ ବରେଲିର ସୁଭାଷନଗର ଅଞ୍ଚଳ ସ୍ଥିତ ଏକ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କ ସ୍ଵାମୀ କହିଛନ୍ତି ସେ ବାହାହ ଭୋଜି ପାଇଁ ରୋଷୟା କରନ୍ତି। ରବିବାର ସନ୍ଧ୍ୟାରେ କାମକୁ ବାହାରିଯାଇଥିଲେ। ଘରେ ଥିଲେ ପତ୍ନୀ ଓ ଦୁଇ ଶିଶୁଙ୍କ ସହିତ ତାଙ୍କ ମା’। ଵାମୀ ନଥିବା ସୁଯୋଗରେ ବିଥରୀର ମେହତରପୁର ଗାଁରେ ରହୁଥିବା ବିନୋଦ କଶ୍ୟପ ତାଙ୍କ ଘରେ ପଶିଥିଲା। ସ୍ତ୍ରୀକୁ ଜବରଦସ୍ତି ତା ସାଙ୍ଗରେ ଯିବାକୁ ବାଧ୍ୟ କରିଥିଲା। ବିନୋଦ ତାଙ୍କ ସ୍ତ୍ରୀର ପୂର୍ବ ପ୍ରେମିକ। ମାତ୍ର ବିବାହ ପରେ ତାଙ୍କ ସ୍ତ୍ରୀ ତା’ ସହିତ ଯିବାକୁ ମନା କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ବିନୋଦ ନିଜ ଜ୍ୟାକେଟରେ ଆଣିଥିବା ପେଟ୍ରୋଲକୁ ପକାଇ ନିଆଁ ଲଗାଇଦେଇଥିଲା। ମହିଳାଙ୍କ ସାଙ୍ଗରେ ତାଙ୍କର ୫ ବର୍ଷର ଝିଅ ଥିଲା। ତା’ ଦେହରେ ମଧ୍ୟ ନିଆଁ ଲାଗିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ଶରୀର ୩୫ ପ୍ରତିଶତ ଜଳିଯାଇଥିବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ବିନୋଦ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଖୋଜୁଛି।

Leave a Reply

Your email address will not be published. Required fields are marked *