Wed. Feb 26th, 2020

ପ୍ରେମିକ ଓ ବିବାହିତା ମହିଳାଙ୍କ ନାକ କାଟିଦେଲେ ଗ୍ରାମବାସୀ

ନୂଆଦିଲ୍ଲୀ : ପ୍ରେମ ବ୍ୟାପରକୁ ନେଇ ବିଭିନ୍ନ ସ୍ଥାନରେ ଅଭାବନୀୟ ଘଟଣା ଘଟୁଛି। କେଉଁଠି ପ୍ରେମୀଯୁଗଳଙ୍କୁ ସାମାଜିକ ବାସନ୍ଦ କରାଯାଉଛି। ଆଉ କେଉଁଠାରେ ମିଳୁଛି ଶାସ୍ତି। କେତେକ ସ୍ଥାନରେ ଚାଲିଯାଉଛି ଦୁହିଙ୍କ ଜୀବନ। କିନ୍ତୁ ପ୍ରେମିକ-ପ୍ରେମିକାଙ୍କ ଉପରେ ଏହାର ପ୍ରଭାବ ପଡୁନି। ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଆପତ୍ତିଜନକ ଅବସ୍ଥାରେ ଧରାପଡିବାରୁ ଜଣେ ବିବାହିତା ମହିଳା ଓ ତାଙ୍କ ପ୍ରେମିକଙ୍କ ନାକ କାଟି ଦିଆଯାଇଛି। ଏବେ ଦୁଇଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଖବର ଅନୁଯାୟୀ ଅଯୋଧ୍ୟାର ପଟରଙ୍ଗା ଥାନାର ପିପରା ଗ୍ରାମରେ ଅବୈଧ ସମ୍ପର୍କ ଯୋଗୁଁ ପ୍ରେମିକ-ପ୍ରେମିକାଙ୍କୁ ଏଇ ଦଣ୍ଡ ମିଳିଛି। ଲୋକେ କହିଛନ୍ତି ମହିଳାଙ୍କୁ ଦେଖା କରିବା ପାଇଁ ତାଙ୍କ ପ୍ରେମିକ ଘରକୁ ଆସୁଥିଲା। ମହିଳାଙ୍କ ପରିବାର ଲୋକଙ୍କୁ ଏ ଖବର ମିଳିଗଲା। ଧରିବାକୁ ସୁଯୋଗ ଅପେକ୍ଷାରେ ରହିଥିଲେ। ଗତ ସୋମବାର ବିଳମ୍ବିତ ରାତିରେ ଯୁବକ ଜଣକ ବିବାହିତା ପ୍ରେମିକାଙ୍କ ପାଖରେ ପହଞ୍ଚିଲେ। ସେହି ସମୟରେ ମହିଳାଙ୍କ ଶଶ୍ୱର ଓ ଗ୍ରାମବାସୀ ମିଶି ଘର ଚାରିପଟୁ ଘେରିଗଲେ। ଆପତ୍ତିଜନକ ଅବସ୍ଥାରେ ଉଭୟଙ୍କୁ ଧରି ନିସ୍ତୁକ ମାଡ ମାରିବା ପରେ ଗଛରେ ବାନ୍ଧି ଛୁରୀରେ ଦୁହିଁଙ୍କ ନାକ କାଟିଦେଲେ।

ଏହି ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଋଦୌଲୀ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଟ୍ରୋମା ସେଣ୍ଟର ଲକ୍ଷ୍ନୌ ରେଫର କରିଦିଆଯାଇଛି। ଏହି ମହିଳାଙ୍କର ୫ଟି ପିଲା ଅଛନ୍ତି। ସ୍ଵାମୀ ସଉଦୀ ଆରବରେ ଚାକିରୀ କରନ୍ତି। ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକ ସହିତ ମହିଳା ପ୍ରେମ ସମ୍ପର୍କ ରଖିବାରୁ ତାଙ୍କୁ ଶାସ୍ତି ଦିଆଯାଇଛି। ତେବେ କୌଣସି ମାମଲା ହୋଇନି। ପୋଲିସ କହିଛି କାହା ତରଫରୁ ଅଭିଯୋଗ ଆସିନି। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *