Wed. Feb 26th, 2020

ନାଗପୁରରେ ନିର୍ଭୟା ଘଟଣାର ପୁନରାବୃତ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି ମହାରାଷ୍ଟ୍ରର ନାଗପୁରର ପାରଡ଼ି ଅଞ୍ଚଳରେ ଘଟିଛି। ଜଣେ ୧୯ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଗୁପ୍ତାଙ୍ଗରେ ଲୁହା ରଡ଼ ଭର୍ତ୍ତି କରି ଦିଆଯାଇଥିବା ପୀଡିତାଙ୍କ ପରିବାର ପକ୍ଷରୁ ନେଇ ଥାନାରେ ଅଭିଯୋଗ ହୋଇଛି।

ପୋଲିସର କହିଛି ଜାନୁଆରି ୨୧ତାରିଖ ଦିନ ଏହି ଘଟଣା ପାରାଡି ଥାନା ଅଞ୍ଚଳରେ ଘଟିଥିଲା। ପୀଡ଼ିତା ଯୁବତୀ, ତାଙ୍କ ଭାଇ ଓ ଦୁଷ୍କର୍ମ ଅଭିଯୁକ୍ତ ଓ ଅନ୍ୟ ଜଣେ ମହିଳା ଗୋଟିଏ ଭଡ଼ା ଘରେ ରହୁଥିଲେ। ପୀଡ଼ିତାଙ୍କ ଭାଇ ଓ ତାଙ୍କ ମହିଳା ସାଙ୍ଗ କୌଣସି କାମରେ ନିଜ ଗାଁକୁ ଯାଇଥିଲେ। ଯୁବତୀ ଜଣକ ଥିଲେ ଏକୁଟିଆ। ଏହାର ସୁଯୋଗ ନେଇ ଅଭିଯୁକ୍ତ ବଳପୂର୍ବକ ଯୁବତୀଙ୍କ ମୁହଁରେ କପଡ଼ା ପୂରାଇ ଅଚେତ କରାଇଥିଲା। ଅଚେତ ପରେ ଅଭିଯୁକ୍ତ ଦୁଷ୍କର୍ମ କରିବା ସହିତ ଯୁବତୀଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍‌ ଭର୍ତ୍ତି କରିଦେଇଥିଲା। ଏହି ଘଟଣା ଘଟାଇ ସେ ଫେରାର ହୋଇ ଯାଇଥିଲା। ଭାଇ ଆସିବା ପରେ ଯୁବତୀ ଦୁଷ୍କର୍ମ ବିଷୟରେ ଜଣାଇଥିଲେ। ଯୁବତୀଙ୍କ ଭାଇ ଏ ନେଇ ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତକୁ କାବୁ କରିଛି। ଅଭିଯୁକ୍ତ ନାମ ଯୋଗୀଲାଲ ରାହଙ୍ଗଡାଲେ। ସେ ଏକ ଚର୍ଖା ମିଲ୍‌ରେ ସୁପରଭାଇଜର ଭାବେ କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *