Wed. Feb 26th, 2020

ବିହାର ସୁପୌଲ ଗଣଦୁଷ୍କର୍ମ ମାମଲା: ପୂର୍ବତନ ବିଧାୟକଙ୍କ ସମେତ ୪ ଦୋଷୀ

ନୁଆଦିଲ୍ଲୀ : ବିହାରର ସୁପୌଲର ଗଣଦୁଷ୍କର୍ମ ମାମଲାରେ ସୁପୌଲ କୋର୍ଟ ତ୍ରିବେଣୀଗଞ୍ଜର ପୂର୍ବତନ ବିଧାୟକ ଯୋଗେନ୍ଦ୍ର ନାରାୟଣ, ସରଦାର ଶମ୍ଭୁ ସିଂ, ଭୂପେନ୍ଦ୍ର ସରଦାର, ଉମା ସରଦାର, ରାମଫଲ ଯାଦବ ଓ ହରିଲାଲ ଓରଫ ହରିନାରାୟଣ ଶର୍ମା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜାନୁୟାରୀ ୩୧ରେ ଏମାନଙ୍କ ବିରୁଦ୍ଧରେ ଶୁଣାଣି ହେବ।

ସୂଚନାଯୋଗ୍ୟ ଯେ ୧୯୯୪ ନଭେମ୍ବର ୧୬ ତାରିଖରେ ପୀଡିତା ନିଜ ମାଙ୍କ ସହିତ ଘରେ ଶୋଇଥିବା ବେଳେ ସେହି ରାତିରେ ବିଧାୟକ ଯୋଗେନ୍ଦ୍ର ନାରାୟଣ ସରଦାର ନିଜ ସହଯୋଗୀ ସମ୍ଭୁ ସିଂ, ଉମା ସରଦାର, ଭୁପେନ୍ଦ୍ର ଯାଦବ ଓ ଅନେକ ଅଜଣା ଲୋକଙ୍ ପିଡୀତାଙ୍କ ଘରକୁ ପଶିଥିଲେ। ମା ପାଖରେ ଶୋଇଥିବା ପୀଡିତାର ହାତ, ମୁହଁ ବାନ୍ଧି ଜିପରେ ବହୁତ ଦୂରକୁ ନେଇଗଲେ। ଏହି ଅପହରଣ ପରେ ପୂର୍ବତନ ବିଧାୟକ ଯୋଗେନ୍ଦ୍ର ନାରାୟଣ ସରଦାର ଓ ତା’ର ସହଯୋଗୀ ଝିଅକୁ ଗଣଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ସମୟରେ ଅଭିଯୁକ୍ତର ପ୍ରାଇଭେଟ୍ ପାର୍ଟକୁ ଆକ୍ରମଣ କରି ପୀଡିତା ଖସିଆସି ନିଜ ପରିବାର ଲୋକଙ୍କୁ ସବୁ କହିଥିଲେ। ଏହି ଘଟଣାକୁ ନେଇ ସେହି ସମୟରେ ହଙ୍ଗାମା ସୃଷ୍ଟି ହୋଇଥିଲା।

ସେହି ସମୟରେ ବିହାରରେ ଥିଲା ଜନତା ଦଳ ସରକାର। ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ। ବହୁ ବାଦ ବିବାଦ ପରେ ୧୯୯୪ ନଭେମ୍ବର ୧୯ରେ ତ୍ରିବେଣୀଗଞ୍ଜ ଥାନାରେ ଗଣଦୁଷ୍କର୍ମ ମାମଲା ରୁଜୁ ହେଲା। ଲାଲୁ ପ୍ରସାଦ ଯାଦବ ପିଡୀତାଙ୍କୁ ବିହାର ପୋଲିସରେ ଭର୍ତ୍ତି କରିବା ପରେ ମାମଲା ଶାନ୍ତ ପଡିଥିଲା।

Leave a Reply

Your email address will not be published. Required fields are marked *