Wed. Feb 19th, 2020

ଆସନ୍ତାକାଲି କୁକୁଡାମରା ଅଭିଯାନ ଜାରି ରହିବ

ଭୁବନେଶ୍ଵର : ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବାପରେ ଆଜି ଭୁବନେଶ୍ୱର ଓୟୁଏଟି ଭିତରେ ୭୯୮ଟି କୁକୁଡାକୁ ମାରି ପୋତି ଦିଆଯାଇଛି। ୧୨ଟି ରାପିଡ୍ ରେସପନ୍ସ ଟିମ୍ ମଧ୍ୟରୁ ୭ଟି ଟିମ୍ କୁକୁଡା ମରା ଅଭିଯାନରେ ଲାଗିଥିବା ବେଳେ ୫ଟି ଟିମ୍ ଓୟୁଏଟିର ୧୦ କିଲୋମିଟର ନୀରିକ୍ଷଣ ଅଂଚଳରେ ଭୂତାଣୁ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି। ରାଜଧାନୀରେ କେବଳ ଓୟୁଏଟିରେ ଥିବା କୁକୁଡା ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିବାରୁ ଦିନରେ ସମସ୍ତ ସଂକ୍ରମିତ କୁକୁଡାକୁ ମାରି ପୋତି ଦିଆଯାଇଛି। ଏହାଛଡା ଏ ଅଞ୍ଚଳରେ ଥିବା ବ୍ୟବସାୟୀ ଓ ଚାଷୀଙ୍କର ୧୧୭ କୁକୁଡା ଓ ୭ଟି ବତକକୁ ମରାଯାଇଛି। ଆସନ୍ତାକାଲି ମଧ୍ୟ କୁକୁଡା ମରା ଅଭିଯାନ ଓ ବିଶୋଧନ ପ୍ରକ୍ରିୟା ଜାରି ରହିବ।

ଆଜି ୧୧ଟି ବ୍ରଏଲର ଓ ୪୫ଟି ଲେୟର ଚିଆଁ ୮୫୯ ଲେୟର କୁକୁଡା, ୭ଟି ବତକ, ୪୬୩୧ ଅଣ୍ଡା ଓ ୨୩୫୭ କିଲୋଗ୍ରାମ କୁକୁଡା ଦାନା ନଷ୍ଟ କରାଯାଇଛି। କ୍ଷତି ପୂରଣ ବାବଦକୁ ବ୍ରଏଲର ଚିଆଁ ୨୦ ଟଙ୍କା ଓ କୁକୁଡା ୭୦ ଟଙ୍କା, ଲେୟର ଚିଆଁ ୨୦ ଓ କୁକୁଡା ୯୦ ଟଙ୍କା, ବତକ ଚିଆଁ ୩୫ ଟଙ୍କା, ବତକ ୧୩୫ ଟଙ୍କା ଦିଆଯାଇଛି। କୁକୁଡା ଅଣ୍ଡା ପ୍ରତି ୩ ଟଙ୍କା ଓ କୁକୁଡା ଦାନା କିଲୋଗ୍ରାମ ପ୍ରତି ୧୨ ଟଙ୍କାକୁ ମିଶାଇ ମୋଟ ୧୭୮୮୭ ଟଙ୍କା କ୍ଷତିପୂରଣ ଦିଆଯାଇଛି।

Leave a Reply

Your email address will not be published. Required fields are marked *