Wed. Feb 26th, 2020

ପେଟ୍ରୋଲ-ଡିଜେଲ ମୂଲ୍ୟ କମିଛି

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ବୁଧବାର ଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୧ପଇସା ଶସ୍ତା ହୋଇଛି। ଲିଟର ପିଛା ୭୩.୬୦ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ୭୯.୨୧ ଟଙ୍କା, କୋଲକାତାରେ ୭୬.୨୨ ଟଙ୍କା ଓ ଚେନ୍ନାଇରେ ଲିଟର ପିଛା ୭୬.୪୪ ଟଙ୍କାରେ ବିକ୍ରି ହେଉଥିବା ବେଳେ ଭୁବନେଶ୍ଵରରେ ଏହାର ମୂଲ୍ୟ ରହିଛି ଲିଟର ପିଛା-୭୨.୫୯ ଟଙ୍କା। ଏହାବ୍ୟତୀତ ଆଗ୍ରାରେ ପେଟ୍ରୋଲ ୭୫.୯୩ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅହମଦାବାଦ- ୭୦.୯୭ ଟଙ୍କା, ଆହ୍ଲାବାଦ-୭୫.୧୭ ଟଙ୍କା, ଓୌରଙ୍ଗବାଦ- ୮୦.୨୪ ଟଙ୍କା, ବେଙ୍ଗାଲୁରୁ-୭୬.୦୬ ଟଙ୍କା, ଭୋପାଳ- ୮୧.୭୪ଟଙ୍କା, ଚଣ୍ଡିଗଡରେ ମୂଲ୍ୟ ରହିଛି ୬୯.୫୫ ଟଙ୍କା।

ସେହିପରି ଡିଜେଲ ଲିଟର ଦାମ ଭୁବନେଶ୍ଵରରେ ୭୧.୪୧ ଟଙ୍କା ଥିବା ବେଳେ ଦିଲ୍ଲୀରେ ୬୬.୫୮ଟଙ୍କା, ମୁମ୍ବାଇ ୬୯.୭୯ଟଙ୍କା, କୋଲକାତା ୮.୯୪ ଟଙ୍କା ଓ ଚେନ୍ନାଇରେ ୭୦.୩୩ ଟଙ୍କାରେ ବିକ୍ରି ହେଉଛି। ଏହାଛଡା ଆଗ୍ରାରେ ଏହାର ମୂଲ୍ୟ ୬୬.୫୫ ଟଙ୍କା, ଅହମଦାବାଦ- ୬୯.୬୬ ଟଙ୍କା, ଆହ୍ଲାବାଦ-୬୬.୯୦ ଟଙ୍କା, ଓୌରଙ୍ଗାବାଦ- ୭୦.୮୩ ଟଙ୍କା, ବେଙ୍ଗାଲୁରୁ-୬୮.୭୯ ଟଙ୍କା, ଭୋପାଳ- ୭୨.୮୨ଟଙ୍କା ଓ ଚଣ୍ଡିଗଡରେ ଡିଜେଲ ଲିଟର ରହିଛି ୬୩.୩୮ ଟଙ୍କା।

Leave a Reply

Your email address will not be published. Required fields are marked *