Sun. Feb 23rd, 2020

ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି ମମିର ଅଜବ ଶବ୍ଦ

ନୂଆଦିଲ୍ଲୀ : ବ୍ରିଟେନ୍‌ରେ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ସଂରକ୍ଷିତ ରଖାଯାଇଥିବା ତିନି ହଜାର ବର୍ଷର ଏକ ମମିରୁ ଅଜବ ଶବ୍ଦ ଆସୁଛି। ବୈଜ୍ଞାନିକମାନେ ଏହି ଶବ୍ଦକୁ ରେକର୍ଡ କରିଛନ୍ତି। କିନ୍ତୁ ଏହାର କାରଣ ଖୋଜି ପାଉନାହାନ୍ତି।
ବ୍ରିଟେନ୍‌ର ଲିଡ୍‌ସ ସିଟି ମ୍ୟୁଜିୟମ୍‌ରେ ଏହି ମମି ରହିଛି। ଯାହାର ନାମ ନିସିୟାମୁନ୍‌। ୩ ହଜାର ବର୍ଷ ପୁରୁଣା ଏହି ମମି ମିଶର ରାଜା ଫୈରୋ ରାମ୍‌ସେସ୍‌-୧୧ଙ୍କ ପୂଜାରୀଙ୍କର ବୋଲି କୁହାଯାଉଛି।


ରିପୋର୍ଟ ଅନୁଯାୟୀ ଏହି ପୂଜାରୀ ରାଜାଙ୍କୁ ସମସ୍ତ ଖବର ଦେଉଥିଲେ। ଏହାବ୍ୟତୀତ ଧାର୍ମିକ ଗୀତ ଗାଇ ରାଜାଙ୍କୁ ଶୁଣାଉଥିଲେ। ବୈଜ୍ଞାନିକ ଡେଭିଡ୍‌ ହୋୱାର୍ଡ କୁହନ୍ତି ଯେତେବେଳେ ପବନ ହୁଏ ଏହି ମମିରୁ ଅଜବ ଶବ୍ଦ ଆସେ। ଏହି ଶବ୍ଦକୁ ରେକର୍ଡ କରି ରଖିଛନ୍ତି। ପ୍ରଥମେ ମମିର ଗଳାର ସିଟି ସ୍କାନ୍‌ କରିଥିଲେ। ଥ୍ରୀଡି ପ୍ରିଣ୍ଟରରେ ଭୋକାଲ କାର୍ଡ ତିଆରି କରିଥିଲେ। ଏହା ପରେ ଜାଣିବାକୁ ପାଇଥିଲେ ମମିରୁ ମିଶର ଦେଶର କଥା ପରି ଶବ୍ଦ ଆସୁଛି। ଏହି ଶବ୍ଦର ରେକର୍ଡିଂ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସିଟି ସ୍କାନ୍‌ରେ ଜଣାପଡ଼ିଥିଲା ମମି ଜିଭର କିଛି ଅଂଶ ନ ଥିଲା। କିନ୍ତୁ କାହିଁକି ନାହିଁ ସେ ସମ୍ପର୍କରେ କୌଣସି ତଥ୍ୟ ନାହିଁ।

Leave a Reply

Your email address will not be published. Required fields are marked *