Sun. Feb 23rd, 2020

ବରଯାତ୍ରୀଙ୍କୁ ହେଲମେଟ୍ ଉପହାର ଦେଲେ କନ୍ୟାପକ୍ଷ

ନୂଆଦିଲ୍ଲୀ : ବିବାହରେ କନ୍ୟାପକ୍ଷ ବରଯାତ୍ରୀଙ୍କୁ ହେଲମେଟ୍ ଉପହାର। ଏପରି ଏକ ଘଟଣା ରାଜସ୍ଥାନର ଭୀଲଓ୍ବାଡାରେ ଦେଖିବାକୁ ମିଳିଛି। ଏଭଳି ସଚେତନତା ପରେ ବରପକ୍ଷ ତିଲକରେ ମିଳିଥିବା ୫ ଲକ୍ଷ ୫୧ ହଜାର ଟଙ୍କା ଫେରାଇ ଦେଇଛନ୍ତି। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ବୁଧବାର ରାତିରେ ଭୀଲଓ୍ବାଡାରେ ଏକ ବିବାହରେ ଯାଇଥିଲେ ପ୍ରାୟ ୩୫୧ ଜଣ ବରଯାତ୍ରୀ। ସେମାନଙ୍କୁ ସମ୍ପୂର୍ଣ୍ଣ କନ୍ୟା ଘର ପକ୍ଷରୁ ନିଆରା ଢଙ୍ଗରେ ସ୍ଵାଗତ କରାଯାଇଥିଲା। ସମସ୍ତଙ୍କୁ ଦିଆଯାଇଥିଲା ହେଲମେଟ୍। ଏ ସମ୍ପର୍କରେ ନବବଧୂଙ୍କ ମାମୁ ତଥା ଜିଲା ପରିବହନ ଅଧିକାର ବିରେନ୍ଦ୍ର ସିଂ କହିଛନ୍ତି ଆମେ ବରଯାତ୍ରୀଙ୍କୁ ସଡକ ସୁରକ୍ଷା ସଚେତନତା କରିବା ପାଇଁ ହେଲମେଟ୍ ବାଣ୍ଟିଛୁ। ହେଲମେଟ୍ ବଣ୍ଟାଯିବା ପରେ ପୁଅ ଘର ପକ୍ଷରୁ ୫ ଲକ୍ଷ ୫୧ ହଜାର ଟଙ୍କା ଫେରାଇ ଦିଆଯାଇଥିଲା। କନ୍ୟାଘରଠାରୁ ମାତ୍ର ୧୨୫ ଟଙ୍କା ଓ ଏକ ନଡିଆ ନେଇ ବରପକ୍ଷ ବିବାହ କରିଥିଲେ। କେବଳ ସେତିକି ନୁହେଁ ବର ଘର ଲୋକେ ଯୌତୁକରେ ନେଇଥିବା ଟଙ୍କାକୁ ମଧ୍ୟ ଫେରାଇ ଦେଇଥିବା ଜଣାପଡିଛି।

ବରର ବାପା ମହେନ୍ଦ୍ର ସିଂ ଓ ଦାଦା ସୁରେନ୍ଦ୍ର ସିଂ କହିଛନ୍ତି ଆମକୁ ଯୌତୁକ ନୁହେଁ, ଝିଅ ଦରକାର। ଏହି କାରଣରୁ ଆମେ ତିଲକରେ ମିଳିଥିବା ଟଙ୍କାକୁ ଫେରାଇ ଦେଇଛୁ। ବାହାଘରରେ ଆସିଥିବା ବରଯାତ୍ରୀମାନେ ଦୁଇ ପରିବାରର ଏଭଳି ନିଆରା ସ୍ଵାଗତକୁ ବହୁତ ଖୁସି। ସେମାନେ କହିଛନ୍ତି ଆମେ ପ୍ରଥମ ଥର ଏହା ଦେଖିଲୁ।

Leave a Reply

Your email address will not be published. Required fields are marked *