Sun. Feb 23rd, 2020

ଏଚ୍‌ଏନ୍‌ଆଇଙ୍କ ପାଇଁ ଆଇସିଆଇସିଆଇ ବ୍ୟାଙ୍କର ସଂପତ୍ତି ପରିଚାଳନା ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଭୁବନେଶ୍ୱରର ସହିଦ ନଗର ଠାରେ ନୂଆ “ସଂପତି ପରିଚାଳନା ଶାଖା’ ଉଦଘାଟିତ ହୋଇଯାଇଛି। ଏକ ଘରୋଇ କ୍ଷେତ୍ରର ବ୍ୟାଙ୍କ ତରଫରୁ ରାଜ୍ୟରେ ଏହା ହେଉଛି ପ୍ରଥମ ସଂପତ୍ତି ପରିଚାଳନା ଶାଖା ଯାହା ଧନୀକ ଶ୍ରେଣୀ (ଏନଏଚଆଇ) ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବ। ଏଥିରେ ଲକର ସୁବିଧା ରହିଛି। ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ପକ୍ଷରୁ ଖୋଲାଯାଇଥିବା ୧୬ ନୂଆ ଶାଖାର ଏହି ଶାଖା ଏକ ଅଂଶ।

ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର ଏହି ଶାଖାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଖୁଚୁରା ବ୍ୟବସାୟ ମୁଖ୍ୟ ସିଦ୍ଧାର୍ଥ ମିଶ୍ର କହିଛନ୍ତି ବିବିଧ ପ୍ରକାରର ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ବ୍ୟକ୍ତିଗତ ସୁହାଇବା ଭିତିକ ଉତ୍ପାଦ ଓ ସେବା ପ୍ରଦାନ କରିବା ଉପରେ ଆଇସିଆଇସିଆଇ ବ୍ୟାଙ୍କ ବିଶ୍ୱାସ କରେ। ଏହି ବିଶ୍ୱାସକୁ ନେଇ, ଆମେ “ସଂପତି ପରିଚାଳନା’ ଶାଖାକୁ ଉପସ୍ଥାପନ କରୁଛୁ ଯାହା ରାଜ୍ୟରେ ଏଭଳି ଧରଣର ପ୍ରଥମ ଶାଖା। ଏହି ଶାଖାକୁ ସ୍ୱତନ୍ତ୍ର ଭାବେ ଏଚଏନଆଇ ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ସେମାନଙ୍କୁ ସୁହାଇବା ଭଳି ବ୍ୟାଙ୍କିଙ୍ଗ ସେବା, ନିବେଶ ଓ ଆର୍ଥିକ ସେବା ଏକ ଉନ୍ନତ ପରିବେଶ ମଧ୍ୟରେ ପ୍ରଦାନ କରିବ। ଏହି ଶାଖା ସେମାନଙ୍କ ଅନୁଭୂତିକୁ ଆହୁରି ଚିନ୍ତାମୁକ୍ତ ଓ ନିରବଚ୍ଛିନ୍ନ କରିବା ଲାଗି ଅଭିଜ୍ଞ ରିଲେସନସିପ୍ ମ୍ୟାନେଜରଙ୍କ ଜରିଆରେ ସେବା ସଂପ୍ରସାରିତ କରିବ।

ଏହି ଶାଖା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଓ ମାସର ତୃତୀୟ ଓ ପଂଚମ ଶନିବାର ସକାଳ ୯ଟା ୩୦ ମିନିଟ୍‌ରୁ ଅପରାହ୍ନ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଖୋଲା ରହିବ। ବ୍ୟାଙ୍କର ଓଡ଼ିଶାରେ ୧୫୦ରୁ ଅଧିକ ଶାଖା ଓ ୩୦୦ରୁ ଅଧିକ ଏଟିଏମ ରହିଛି।

Leave a Reply

Your email address will not be published. Required fields are marked *