Wed. Feb 26th, 2020

ସିଦ୍ଧାର୍ଥ ଓ ରଶ୍ମିଙ୍କୁ ପୁଣି ଏକାଠି ଦେଖିବାକୁ ମିଳିବ

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ ଶୋ’ର ପ୍ରଥମ ଦିନରେ ଚର୍ଚ୍ଚାରେ ରହିଥିଲା ସିଦ୍ଧାର୍ଥ ଶୁକ୍ଲା ଓ ରଶ୍ମି ଦେଶାଇଙ୍କ ଝଗଡ଼ା। ମନେ ହେଉଥିଲା ଏ ଦୁହେଁ ପରସ୍ପରକୁ ଆଦୌ ପସନ୍ଦ କରନ୍ତି ନାହିଁ। କେବଳ ସେତିକି ନୁହେଁ ସିରିଏଲ ‘ଦିଲ୍‌ ସେ ଦିଲ୍‌ ତକ୍’ରେ ଦୁହିଁଙ୍କ ଝଗଡ଼ା ଖବର ମଧ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ଏବେ ଦୁହିଁଙ୍କ ଭିତରେ ଧୀରେ ଧୀରେ ସବୁକିଛି ଠିକ୍‌ ହୋଇ ଯାଇଥିବା ବେଳେ ପରସ୍ପର ସହ କଥା ହେଲେଣି।

ସିଦ୍ଧାର୍ଥ ଓ ରଶ୍ମିଙ୍କ ଜୋର୍‌ଦାର୍‌ ଝଗଡ଼ା ଦେଖିବା ପରେ ଦର୍ଶକ କହୁଥିଲେ ଏମାନେ କେବେ ହେଲେ ଏକାଠି କାମ କରିବେ ନାହିଁ। ହେଲେ ଗତ ଏପିସୋଡ୍‌ରେ କିଛି ଓଲଟା ଦେଖିବାକୁ ମିଳିଛି। ପ୍ରେସ୍‌ କନ୍ଫରେନ୍ସରେ ରଶ୍ମି ଓ ସିଦ୍ଧାର୍ଥଙ୍କୁ ପ୍ରଶ୍ନ କରଯାଇଥିଲା ‘ବିଗ୍‌ ବସ୍‌ ୧୩’ ପରେ କେଉଁ ସରିଏଲ୍‌ରେ ନଜର ଆସିବେ। ଏହାର ଉତ୍ତର ଦେଇ ରଶ୍ମି କହିଥିଲେ ‘ଶୋ’ ଯେବେ ଆସିବ ସେବେ ଦେଖାଯିବ ଯେ କାହାଣୀ କ’ଣ ଅଛି। କିନ୍ତୁ ଏଥର ମୁଁ ବାଞ୍ଝ ଭୂମିକାରେ ଅଭିନୟ ଆଦୌ କରିବି ନାହିଁ। ସେ ଏପରି କହିବାର କାରଣ ‘ଦିଲ୍‌ସେ ଦିଲ୍‌ ତକ୍’ ସିରିଏଲ୍‌ରେ ରଶ୍ମି ଜଣେ ବାଞ୍ଝ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ। ରଶ୍ମିଙ୍କ ଏଭଳି କଥା ଶୁଣି ସିଦ୍ଧାର୍ଥ ହସିବା ସହିତ ସମର୍ଥନ ଦେଇଥିଲେ। ସେ କହିଥିଲେ ଯଦି ଚ୍ୟାନେଲ୍ ଓ ପ୍ରଡ୍ୟୁସର ଏହା ଚାହିଁବେ ଦେଖିବା। ଏହା ସୁଚାଇ ଦେଉଛି ରଶ୍ମି ଓ ସିଦ୍ଧାର୍ଥଙ୍କୁ ଫ୍ୟାନ୍‌ମାନେ ପୁଣି ଏକାଠି ଦେଖିବାର ସୁଯୋଗ ପାଇବେ। ପୂର୍ବରୁ ମଧ୍ୟ ଏକ ଟାସ୍କ ଜରିଆରେ ଦୁହିଁଙ୍କ ମଧ୍ୟରେ ରୋମାନ୍ସ ଦେଖିବାକୁ ମିଳିଥିଲା ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ।

Leave a Reply

Your email address will not be published. Required fields are marked *