Sun. Feb 23rd, 2020

ରଣବୀର-ଆଲିଆଙ୍କ ବିବାହ ଡିସେମ୍ବରରେ

ମୁମ୍ବାଇ : ବଲିଉଡ୍ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଏବେ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଦୁହେଁ ନିଜର ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ୍ ହେବା ପରେ ପରେ ବିବାହ କରିବେ। ଏ ନେଇ ସ୍ପଷ୍ଟ କରିଛନ୍ତି ବରିଷ୍ଠ ଫିଲ୍ମ ସମୀକ୍ଷକ ରାଜୀବ ମସନ୍ଦ।

ଏକ ଡିଜିଟାଲ ପତ୍ରିକା ଜରିଆରେ ଦୁହିଁଙ୍କ ବିବାହ ଖବରକୁ ସ୍ପଷ୍ଟ କରିଛନ୍ତି ରାଜୀବ। ଦୁହେଁ ଡିସେମ୍ବରରେ ବିବାହ କରିବାକୁ ରାଜି ହୋଇ ସାରିଥିବା ରାଜୀବ କହିଛନ୍ତି। ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ଦୁହିଁଙ୍କ ସଂପର୍କୀୟମାନଙ୍କୁ କାମରୁ ଛୁଟି ନେବା ପାଇଁ ପୂର୍ବରୁ କୁହାଯାଇ ସାରିଛି। ରଣବୀର କପୁରଙ୍କର ସଂପର୍କୀୟ ଭାଇ ଅରମାନ ଜୈନ୍ କିଛିଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେଠାରେ ରଣବୀର ଆଲିଆଙ୍କ ସହ ନିଜ ମା’ ନୀତୁ କପୁରଙ୍କୁ ନେଇ ପହଞ୍ଚିଥିଲେ। କେବଳ ବିବାହ ‌ଭୋଜି ନୁହେଁ, ଦୁହିଁଙ୍କୁ ଅନେକ ଇଭେଣ୍ଟରେ ମଧ୍ୟ ସାଥି‌ରେ ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *