Sun. Feb 23rd, 2020

ଆସନ୍ତୁ ଜାଣିବା ଶୁଖିଲା ଲଙ୍କା କେତେ ଉପକାରୀ

ଶୁଖିଲା ଲଙ୍କା କେବଳ ମସଲା ଭାବେ ବ୍ୟବହାର କରାଯାଏନି। ଏହା ସ୍ଵାସ୍ଥ୍ୟ ପାଇଁ ଉପକାରୀ ମଧ୍ୟ। ଆୟୁର୍ବେଦିକ୍‌ କ୍ରିଷ୍ଟୋଫର୍‌ ମତରେ ଶୁଖିଲା ଲଙ୍କା ହୃଦ୍‌ରୋଗୀଙ୍କ ପାଇଁ ଲାଭଦାୟକ। ଗବେଷଣାରୁ ଜଣାପଡ଼ିଛି ହାର୍ଟ ରୋଗୀ ଚେତାଶୂନ୍ୟ ହୋଇଗଲେ ଯଦି ଡାକ୍ତରଙ୍କ ପାଖକୁ ନେବା ସମ୍ଭବ ନହୁଏ ତେବେ ଘରୋଇ ଉପାୟରେ ସୁସ୍ଥ କରାଯାଇପାରିବ। ଏଥିପାଇଁ ଶୁଖିଲା ଲଙ୍କାର ଆବଶ୍ୟକତା ପଡିଥାଏ।

ଘରୋଇ ଚିକିତ୍ସା ଅନୁଯାୟୀ ଏକ ଚାମଚ ଶୁଖିଲା ଲଙ୍କାଗୁଣ୍ଡକୁ ଗୋଟିଏ ଗ୍ଲାସ ପାଣିରେ ଗୋଳାଇ ରୋଗୀକୁ ପିଇବାକୁ ଦେଲେ ସେ ଚେତାଶୂନ୍ୟରୁ ଉଠିପଡ଼ନ୍ତି। ଲଙ୍କାଗୁଣ୍ଡର ପାଣିକୁ ଜିଭ ତଳେ କିଛି ବୁନ୍ଦା ପକାଇଲେ ହୃଦୟର ଗତି ବଢ଼ିଥାଏ। ଫଳରେ ଶରୀରରେ ରକ୍ତ ସଂଚାଳନ ସଠିକ୍‌ ହୋଇଥାଏ। ନିରାପଦ ଦୃଷ୍ଟିରୁ ହାତରେ ଗ୍ଲୋବ୍‌ସ ପିନ୍ଧି ଏପରି କରିବା ଉଚିତ।

ଆଲର୍ଜିରୁ ରକ୍ଷା କରେ ଶୁଖିଲା ଲଙ୍କା। ପେଟ, ଦାନ୍ତ ରୋଗ ପାଇଁ ଶୁଖିଲା ଲଙ୍କା ବେଶ୍‌ ଉପାଦେୟ। ଶୁଖିଲା ଲଙ୍କା ମାଇଗ୍ରେନ୍‌, ଆର୍ଥରାଇଟ୍‌ସ ଓ ମେଦବହୁଳତା ଦୂର କରିବା ସହିତ ଏଥିରେ ଥିବା କ୍ୟାପ୍‌ସେସିନ୍‌ ଲିଭର କ୍ୟାନସର ସହ ଲଢ଼ିବାରେ ସହାୟକ ହୋଇଥାଏ।

Leave a Reply

Your email address will not be published. Required fields are marked *