Sun. Feb 23rd, 2020

ବୋଲ୍ଡ ଲୁକ୍ ରେ ଉର୍ବଶୀ ରୌତେଲା

ମୁମ୍ବାଇ : ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ବୋଲ୍ଡ ଲୁକ୍ ଏବେ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ତାଙ୍କ ରେଡ୍ ଡ୍ରେସର ଫୋଟୋ।

ଭାଲେଟାଇନ୍ସ ସପ୍ତାହ ଆରମ୍ଭ ହୋଇଯାଇଛି। ଏହାକୁ ହାତଛଡ଼ା କରିନାହାନ୍ତି ଉର୍ବଶୀ। ରୋଜ୍ ଡେ’ ପାଳନ ଅବସରରେ ଅଭିନେତ୍ରୀମାନଙ୍କ ରେଡ୍ ଆଉଟଫିଟ୍ ସାମ୍ନାକୁ ଆସୁଥିବା ବେଳେ ଉର୍ବଶୀ ରୌତେଲା ରେଡ୍ ଡ୍ରେସରେ କିଛି ବୋଲ୍ଡ ଫଟୋ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଉର୍ବଶୀ ଏହି ଫଟୋରେ କ୍ୟାପସନ ଲେଖିଛନ୍ତି ନିଜର ସେଲ୍ଫି ନାସାକୁ ପଠାଉଛନ୍ତି। କାରଣ ଉର୍ବଶୀ ନିଜକୁ ସୂର୍ଯ୍ୟ ବୋଲି କହୁଛନ୍ତି। ଉର୍ବଶୀଙ୍କ ଏହି ଫଟୋକୁ ତାଙ୍କ ଫ୍ୟାନ୍ସମାନେ ପସନ୍ଦ ବି କରିଛନ୍ତି। ଏହା ପୂର୍ବରୁ ବ୍ଲାକ୍ ଆଉଟଫିଟରେ ଉର୍ବଶୀ କିଛି ଫଟୋ ସେୟାର କରିଥିଲେ। ଫଟୋରେ ସେ ପିନ୍ଧିଥିଲେ ବ୍ଲାକ୍ ଗାଉନ୍। ଆଉ ସେଥିରେ କ୍ୟାପସନ୍ ଦେଇଥିଲେ ‘ମୁଁ ଚାହୁଁଛି କି, ଦର୍ଶକ ମୋତେ ଚକୋଲେଟ୍ କେକ୍ ଭଳି ନଜରରେ ଦେଖନ୍ତୁ।’

Leave a Reply

Your email address will not be published. Required fields are marked *